www.samajalive.in
Tuesday, December 9, 2025
15.1 C
Bhubaneswar

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ବୃଦ୍ଧି ପାଉଛି ୧୦ଟି ସ୍ଥାନରେ ଜଳସ୍ଥର

ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କଟକ, ପୁରୀ, ଭୁବନେଶ୍ୱର, କେନ୍ଦ୍ରାପଡା ଜିଲ୍ଲାର ସହରାଞ୍ଚଳରେ ରାସ୍ତାଘାଟ ଜଳମଗ୍ନ ହେବା ସହ ଘର ଭିତରେ ବର୍ଷା ଜଳ ପ୍ରବେଶ କରିଛି। ଏହି ସବୁ ଅଞ୍ଚଳଗୁଡିକରେ ଏ ପର୍ଯ୍ୟନ୍ତ ଜଳ ନିଷ୍କାସନ ପାଇଁ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୨୦ଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଫଳରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପୁରୀ ଜିଲ୍ଲାରେ ରେକର୍ଡ ବର୍ଷା ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଅସ୍ତରଂଗରେ ୫୩୦ ମି.ମି, କାକଟପୁରରେ ୫୨୫ ମି.ମି, ପୁରୀରେ ୩୪୨.୫ ମି.ମି, ଜଗତସିଂହପୁର ବାଲିକୁଦାରେ ୪୪୦ମି.ମି, କଟକ କଣ୍ଟାପଡ଼ାରେ ୩୮୨ ମି.ମି ଓ କଟକ ନିଆଳିରେ ୩୭୦ ମି.ମି ବର୍ଷା ରେକର୍ଡ କରାଯାଇଛି।

- Advertisement -

ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ଥର ବୃଦ୍ଧି ପାଇବାରେ ଲାଗିଛି। ନରାଜ ଠାରେ ମହାନଦୀର ବିପଦ ସଂକେତ ସ୍ଥର ୨୬.୪୧ ମିଟର ଥିବା ବେଳେ ଏବେ ସେଠାରେ ଜଳସ୍ଥର ୨୨.୪୫ ମିଟରରେ ସ୍ଥିର ରହିଛି। ସେହିପରି ଆଳିପିଙ୍ଗଳ ଠାରେ ବିପଦ ସଂକେତ ସ୍ତର ୧୧.୭୬ ମିଟର ଥିବା ବେଳେ ସେଠାରେ ଜଳ ସ୍ଥର ୩.୫୦ ମିଟର ରହିଛି ଓ ବୃଦ୍ଧି ପାଉଛି। ନିମାପଡା ଠାରେ କୁଶଭଦ୍ରା, ଜେନାପୁର ଠାରେ ବ୍ରାହ୍ମଣୀ, ଆନନ୍ଦପୁର ଓ ଆଖୁଆପଦା ଠାରେ ବୈତରଣୀ, ଜାମସୋଳାଘାଟ ଓ ରାଜଘାଟ ଠାରେ ସୁବର୍ଣ୍ଣରେଖା, ଗୁଣୁପୁରଠାରେ ବଂଶଧାରା, ପୁରୁଷୋତ୍ତମପୁର ଠାରେ ଋଷିକୂଲ୍ୟା ଓ ମଥାନି ଠାରେ ଜଳକା ନଦୀର ଜଳସ୍ଥର ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ ସୁନ୍ଦରଗଡ ଠାରେ ଇବ ନଦୀ ଜଳସ୍ଥର ସ୍ଥିର ରହିଥିବା ବେଳେ ପାନପୋଷ ଠାରେ ବ୍ରାହ୍ମଣୀ, କାଶୀନଗରଠାରେ ବଂଶଧାରା ଓ ଏନଏଚ୫ ଠାରେ ବୁଢ଼ାବଳଙ୍ଗ ନଦୀ ଜଳସ୍ଥର ହ୍ରାସ ପାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories