ନୂଆଦିଲ୍ଲୀ : ଉତ୍ତର ଭାରତରେ ଥମୁନି ପ୍ରକୃତିର ତାଣ୍ଡବ। କେତେକ ସ୍ଥାନରେ ଭୟଙ୍କର ଭୂସ୍ଖଳନ ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା କମିଥିଲେ ମଧ୍ୟ ପରିସ୍ଥିତି ସଙ୍ଗୀନ ରହିଛି। ଅଚାନକ ବନ୍ୟା ଯୋଗୁଁ ଜାତୀୟ ରାଜପଥରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉତ୍ତର ଭାରତରେ ବର୍ଷା ବିତ୍ପାତରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି। ମଙ୍ଗଳବାର ଆଉ ୨୧ ଜଣଙ୍କ ମୃତ୍ୟୁକୁ ମିଶାଇ ଏହି ସଂଖ୍ୟା ୯୧ ହୋଇଛି। ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ବନ୍ୟା ପରିସ୍ଥିତି ଦେଖାଦେଛି। ହରିୟାଣା ଓ ରାଜସ୍ଥାନରେ ମଧ୍ୟ ବର୍ଷା ପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ହିମାଚଳପ୍ରଦେଶରେ ୩ ଶହ ପର୍ଯ୍ୟଟକଙ୍କୁ ହେଲିକପ୍ଟରରେ ଉଦ୍ଧାର କରାଯାଇଛି। ୧୩ ଶହ ରାସ୍ତାକୁ ବନ୍ଦ ରଖାଯାଇଛି। ଏହାସହ ୪୦ଟି ବଡ ବ୍ରିଜ ଭାଙ୍ଗିଛି। ରାସ୍ତା ଉପରେ ବଡ ବଡ ପଥରଖଣ୍ଡ ଓ ଗଛ ପଡି ରହିଛି ।
Popular Categories



