www.samajalive.in
Sunday, December 7, 2025
26.1 C
Bhubaneswar

୭ ଜିଲାକୁ ବର୍ଷା ସତର୍କତା

ଭୁବନେଶ୍ୱର : ଗାଙ୍ଗେୟ ପଶ୍ଚିମବଙ୍ଗ ତଥା ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ତଥା ସକ୍ରିୟ ମୌସୁମୀ ପ୍ରଭାବରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ (୭ରୁ ୨୦ ସେ.ମି.) ବର୍ଷା ହୋଇପାରେ। ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟ ୧୯ଜିଲାରେ ପ୍ରବଳ ବର୍ଷା (୭ରୁ ୧୧ ସେ.ମି.) ହୋଇପାରେ। ଗତ ୨୪ ଘଣ୍ଟାରେ ବରଗଡ଼ର ଝାରବନ୍ଧରେ ୧୫୫ ମି.ମି., କଳାହାଣ୍ଡିଆର ଥୁଆମୂଳ ରାମପୁରରେ ୯୯ ମି.ମି.,ନୂଆପଡ଼ାରେ ୭୬ ମି.ମି., ବରଗଡ଼ର ପାଇକମାଳରେ ୭୪ ମି.ମି., ବୁର୍ଲାରେ ୬୬.୨ ମି.ମି, କୋରାପୁଟରେ ୬୦.୨ ମି.ମି., ହୀରାକୁଦରେ ୫୯ମି.ମି., ନବରଙ୍ଗପୁରରେ ୫୮.୪ ମି.ମି. ବର୍ଷା ହୋଇଛି। ଆଜି ଅପରାହ୍ଣ ସୁଦ୍ଧା ବୌଦ୍ଧରେ ୪୫ ମି.ମି. ଏବଂ ବାରିପଦାରେ ୪୪.୬ ମି.ମି ବର୍ଷା ରେକର୍ଡ଼ ହୋଇଛି।

ପଶ୍ଚିମବଙ୍ଗରେ ଆନ୍ଦୋଳନ, ଓଡ଼ିଶାରେ ଆଳୁ ମହଙ୍ଗା

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories