www.samajalive.in
Thursday, November 13, 2025
25.1 C
Bhubaneswar

ରେଳ ବିଭାଗର ବଡ ନିଷ୍ପତ୍ତି, ୨୮ ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀର ୫ଟି ଷ୍ଟେସନରେ ମିଳିବନି ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ, ୧୫ା୧୦: ପାର୍ବଣ ଋତୁରେ ବଢୁଥିବା ଭିଡକୁ ନଜରରେ ରଖି ଭାରତୀୟ ରେଳ ଦିଲ୍ଲୀର ୫ ମୁଖ୍ୟ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରି ୨୮ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିୟମ ତତ୍କାଳ ପ୍ରଭାବରେ ଲାଗୁ କରାଯାଇଛି। ରେଳ କହିଛି କି ଯାତ୍ରୀଙ୍କ ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ଏହି ପଦକ୍ଷେପ ଉଠାଯାଇଛି। ନୂଆ ଦିଲ୍ଲୀ, ପୁରୁଣା ଦିଲ୍ଲୀ, ଆନନ୍ଦ ବିହାର, ହଜରତ ନିଜାମୁଦ୍ଦିନ ଓ ଗାଜିୟାବାଦ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ମିଳିବନାହିଁ। ଦୀପାବଳି ଓ ଛଟ୍ ଯୋଗୁଁ ୧୭, ୧୮ ଓ ୨୩ ଅକ୍ଟୋବରରେ ସବୁଠାରୁ ଅଧିକ ଭିଡ ହେବ ବୋଲି ଆକଳନ କରାଯାଉଛି।

ଭିଡ ବହୁଳ ଅଞ୍ଚଳରେ କୃତ୍ରିମ ବୁଦ୍ଧିମତା ଆଧାରିତ କ୍ୟାମେରା ଲଗାଯିବ, ଯାହା ରିୟଲ ଟାଇମରେ ଲୋକଙ୍କ ଉପରେ ନଜର ରଖିବ। ଏହା ଫଳରେ ଭିଡର ଠିକ୍ ଅନୁମାନ ଲଗାଇବା ସହ ନିୟନ୍ତ୍ରଣ କରିହେବ। ପାର୍ବଣ ସମୟରେ ଭିଡ କମାଇବା ପାଇଁ ନୂଆଦିଲ୍ଲୀ ଓ ଆନନ୍ଦ ବିହାର ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରି ଅସ୍ଥାୟୀ ରୂପେ ବନ୍ଦ ରହିବ। ଏନେଇ ଷ୍ଟେସନରେ ୨ ଘଣ୍ଟା ପୂର୍ବରୁ ଘୋଷଣା କରାଯିବ।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories