www.samajalive.in
Monday, December 8, 2025
14.1 C
Bhubaneswar

ମା’ ମାଣିକେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭବାନୀପାଟଣା: କେନ୍ଦ୍ର ରେଳ ତଥା ଟେଲିକମ୍‍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପିର ଜନ ଆର୍ଶୀବାଦ ଯାତ୍ରାରେ ଗତକାଲି ଜୁନାଗଡ ଏବଂ ଭବାନୀପାଟଣା ଠାରେ ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନ କର୍ମକର୍ତ୍ତାଙ୍କ ସହିତ କଳାହାଣ୍ଡି ଜିଲ୍ଲାର ରେଳ, ଟେଲିକମ୍‍ ଓ ସୂଚନା ଓ ପ୍ରଯୁକ୍ତି ଉପରେ ଆଲୋଚନା କରିବା ପରେ ଆଜି ସକାଳ ୮ ଟା ସମୟରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସର୍କିଟ ହାଉସରୁ କଡା ସୁରକ୍ଷା ଭିତରେ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିବା ପରେ ରାଜ ପରିବାରର ସଦସ୍ୟ ତଥା ବିଜେପି ବରିଷ୍ଠ ନେତା ଭାରତ ଭୂଷଣ ଦେଓ ମନ୍ତ୍ରୀଙ୍କୁ ସ୍ୱାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଶ୍ରୀ ବୈଷ୍ଣବ ଦର୍ଶନ କରିବା ସହିତ ଆଗାମି ଦିନରେ ପ୍ରଧାନମନ୍ତ୍ରୀ ତାଙ୍କୁ ଦେଇଥିବା ଗୁରୁ ଦାୟିତ୍ୱ ଦକ୍ଷତାର ସହିତ କାର୍ଯ୍ୟ କରିବା ପାଇଁ ମା’ ମାଣିକେଶ୍ୱରୀଙ୍କୁ ଆର୍ଶୀବାଦ ଭିକ୍ଷା କରିଥିଲେ।

- Advertisement -

ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଭବାନୀପାଟଣା ବିଜେପି ଦ୍ୱାରା ଷ୍ଟେଚ୍ୟୁଛକ ନିକଟରେ ଅନୁଷ୍ଠିତ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ଏକ ଶୋଭାଯାତ୍ରାରେ ମନ୍ତ୍ରୀ କେସିଙ୍ଗା ଯିବା ସମୟରେ ତେନ୍ତୁଳି ଖୁଣ୍ଟି, ପାଷ୍ଟିକୁଡି, ଗାଈଗାଁ, ଉତ୍କେଲା, ବୋରିଆ ଆଦି ସ୍ଥାନରେ ସ୍ଥାନୀୟ ବିଜେପି କର୍ମୀ ଓ ଜନସାଧାରଣ ସ୍ୱାଗତ କରିବା ସହିତ ଦାବୀପତ୍ର ଦେଇଥିଲେ। କେସିଙ୍ଗାରେ ପ୍ରବେଶ ପୂର୍ବରୁ ମନ୍ତ୍ରୀଙ୍କୁ ବିଶାଳ ଶୋଭାଯାତ୍ରରେ ସହର ପରିକ୍ରମା କରାଇବା ସହିତ କେସିଙ୍ଗା ବିଜେପି କମିଟି ଓ ବିଭିନ୍ନ ସଂଗଠନ ତରଫରୁ ମନ୍ତ୍ରୀ ଶ୍ରୀ ବୈଷ୍ଣବକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ବିଭିନ୍ନ ସଂଗଠନ ତରଫରୁ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ମନ୍ତ୍ରୀ ଟିଟଲାଗଡ ଅଭିମୁଖେ ଯାତ୍ରା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଲଖ ମହାପାତ୍ର ଓ ରବି ନାୟକ ସମେତ ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ଭାରତ ଭୂଷଣ ଦେଓ, ଜୁଗଳ ପୋଢ, ଜିଲ୍ଲା ଉପସଭାପତି ବଦ୍ରିନାରାୟଣ ପଟ୍ଟନାୟକ ଓ ପ୍ରଶାନ୍ତ ନାୟକ, ଜିଲ୍ଲା ସାଧାରଣ ସଂପାଦକ ଜୟଶଙ୍କର ନାଏକ, ସଂପାଦକ ପ୍ରେମନାଥ ନାଏକ, ପ୍ରମୋଦ ଜୈନ, ମୁକେଶ ଅଗ୍ରୱାଲ, ଅଜୟ ପାଣିଗ୍ରାହୀ, ରମେଶ ମାଝୀ, ଲୋକନାଥ ଦୁର୍ଗା, ନିରୂପମା ସାମଲ, ଅଭିରାମ ସାହୁ, ମନୋଜ ସାହୁ, ବସନ୍ତ ପୁରୋହିତ, ମଙ୍ଗନ ସିନ୍ଦୁର, ପ୍ରସାନ୍ତ ବାନାର୍ଜୀ, ବଶିଂପାଣି ସାହା, ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ସର୍କିଟ ହାଉସ୍‍ ଠାରେ ସମ୍ବଲପୁର ଡିଭିଜନର ରେଳ ଅଧିକାରୀଙ୍କ ସହିତ କଳାହାଣ୍ଡିର ରେଳ ବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories