www.samajalive.in
Sunday, December 7, 2025
26.1 C
Bhubaneswar

‘ସମାଜ’ କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ସେମାନଙ୍କ ଗସ୍ତ ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ‘ଓଡ଼ିଶା’ର ଗୁରୁତ୍ୱ ବେଶ୍‍ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ଥର ଓଡ଼ିଶା ଗସ୍ତ ପରେ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିଛନ୍ତି। ଆଜି ରାହୁଲ ଓଡ଼ିଶାରେ କଂଗ୍ରେସର “ମିଶନ ୨୦୧୯’ର ଶୁଭାରମ୍ଭ କରିବେ।
‘ସମାଜ’ ର ଶତବାର୍ଷିକ ପାଳନ ଅବସରରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ଛୋଟ ବ୍ୟବସାୟୀ ଅସୁବିଧା ମଧ୍ୟରେ ରହିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି। ସେମାନଙ୍କ ପାଖରେ ଅନୀଲ ଅମ୍ବାନୀ, ନୀରବ ମୋଦୀ ଅଥବା ମେହୁଲ ଚୌକସୀଙ୍କ ପରି ବ୍ୟାଙ୍କିଙ୍ଗ୍‍ ବିଶାରଦ ନାହାନ୍ତି। କୋଟିକୋଟି ଟଙ୍କାର ଶିଳ୍ପପତିଙ୍କ ଋଣ ବିଜେପି ସରକାର ଛାଡ଼ କରିଦେଉଥିବାବେଳେ କୃଷକଙ୍କୁ ସହଯୋଗ କରିବାକୁ ବିଜେପି ଆଗ୍ରହ ପ୍ରକାଶ କରୁ ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମେକ ଇନ ଇଣ୍ଡିଆ’ର ପ୍ରଚାର କରୁଥିବାବେଳେ ଦିନକୁ କେବଳ ୪୫୦ଟି ନିଯୁକ୍ତି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଯେତେବେଳେ ଚୀନ ପରି ଦେଶ ଦିନକୁ ୫୩ହଜାର ନିଯୁକ୍ତି ସୃଷ୍ଟି ହୋଇପାରୁଛି ବୋଲି ରାହୁଲ ଗୁରୁତ୍ୱାରୋପ କରିଥିଲେ। ସେହିପରି ନିଜ ସମ୍ପର୍କରେ ରାହୁଲ କହିଛନ୍ତି ଯେ ମୋଦୀଙ୍କ ପରି ସେ ସର୍ବଜ୍ଞ ନୁହନ୍ତି।  ସେ ଦେଶର ବିଭିନ୍ନ ବର୍ଗଙ୍କ ସହ ଆଲୋଚନା କରି ଆଗକୁ ଯିବା ପ୍ରକ୍ରିୟାକୁ ସମର୍ଥନ କରନ୍ତି। ବିଜେପି-ଆରଏସଏସ ମତେ ଗାଳି ଦିଅନ୍ତି। କିନ୍ତୁ ମୁଁ ନରେନ୍ଦ୍ର ମୋଦୀଙ୍କୁ ଘୃଣା କରେ ନାହିଁ, ବରଂ ତାଙ୍କ ସହ ଲଢେଇ କରେ। କାରଣ ଆମ ଦୁଇ ଜଣଙ୍କ ବିଚାରଧାରା ପୃଥକ। ତେଣୁ ବିଜେପି-ଆରଏସଏସ ମୋତେ ଯେତେ ଘୃଣା କଲେ ମଧ୍ୟ ମୁଁ ପ୍ରେମରେ ସେମାନଙ୍କ ସହ ବାର୍ତ୍ତାଳାପ କରେ।
ସେହିପରି ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ରାହୁଲ କହିଛନ୍ତି ଯେ  ମୋଦୀ ମୋର ରୋଲ ମଡ଼େଲ ନୁହନ୍ତି, କିନ୍ତୁ ତାଙ୍କର ବହୁତ କିଛି ଗୁଣ ମତେ ଭଲ ଲାଗେ। ସେ ମୋ ବିରୋଧୀ, ଏହାର ଅର୍ଥ ନୁହେଁ କି ମୁଁ ସର୍ବଦା ତାଙ୍କୁ ସମାଲୋଚନା କରିବି। ସେହିପରି ପ୍ରିୟଙ୍କା ଗାନ୍ଧିଙ୍କ ସମ୍ପର୍କରେ  ରାହୁଲ କହିଲେ ତାଙ୍କ ରାଜନୀତିରେ ପ୍ରବେଶ ନିଷ୍ପତ୍ତି ଦୀର୍ଘ ଦିନ ପୂର୍ବେ ହୋଇଯାଇ ଥିଲା; କିନ୍ତୁ ପ୍ରିୟଙ୍କା ତାଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ  ସମୟରେ ରାଜନୀତିରେ ପ୍ରବେଶ କରିବାକୁ ଆଗ୍ରହ ପ୍ରକାଶ କରି ନଥିଲେ। ବର୍ତ୍ତମାନ ପ୍ରିୟଙ୍କା ଉତ୍ତରପ୍ରଦେଶ ରାଜନୀତି ସଞ୍ଚାଳନ ଦାୟିତ୍ୱ ଦିଆଯାଇଛି। ୨୦୧୯ରେ ବିପକ୍ଷ ହିଁ ନିର୍ବାଚନ ଜିତିବ। ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକାଧିକ ଥର ଗୀତା ପଢିବା ସହ ନିସାର ଦତ୍ତାଙ୍କ “ଆଇ ଏମ ଦ୍ୟାଟ’ ପୁସ୍ତକ ପଢିବା ଉଚିତ ବୋଲି ରାହୁଲ ଗୁରୁତ୍ୱାରୋପ କରିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories