www.samajalive.in
Tuesday, December 9, 2025
26.1 C
Bhubaneswar

୪୩୫ ଖଣ୍ଡ ଦିଆସିଲି କାଠିରେ ତିନି ରଥ

ଖୋର୍ଦ୍ଧା : ରଥଯାତ୍ରା ଆସିଲେ ଶ୍ରୀକ୍ଷେତ୍ର ହୁଏ ଚଳଚଞ୍ଚଳ। ଏବର୍ଷକୁ ମିଶାଇ ଦୁଇବର୍ଷ ହେଲା ବଡ଼ଦାଣ୍ଡରେ ଆଉ ସେ ଗହଳି ନାହିଁ। କରୋନା ଭୂତାଣୁ ଭୟରେ କଟକଣାରେ ହେଉଛି ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା। ରଥ ଯାତ୍ରା ସମୟରେ ପୁରୀଙ୍କୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ମହାମାରୀ ଯୋଗୁଁ ଏଭଳି ପରିସ୍ଥିତି। ଶ୍ରୀଜଗନ୍ନାଥପ୍ରେମୀଙ୍କୁ ରଥ ଛୁଇଁବା ବ୍ୟଥିତ କରୁଛି। ଏପରି ଏକ କରୋନା କାଳରେ କିନ୍ତୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଜଟଣୀ ହାଟବଜାର(ଗୋପୀନାଥପୁର) ର ଶିଳ୍ପୀ ଈଶ୍ୱର ରାଓ ନିଜ ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମାଣ କରିଛନ୍ତି ତିନି କୁନିରଥ। ୪୩୫ ଖଣ୍ଡ ଦିଆସିଲ କାଠିରେ ତିନିରଥ ତିଆରି କରିଛନ୍ତି। କାଠିକୁ କାଠି ଯୋଡି ତିଆରି କରାଯାଇଥିବା ରଥର ଉଚ୍ଚତା ୪.୫ ଇଞ୍ଚ। ସରୁ ତୂଳୀରେ ରଥକୁ ରଙ୍ଗ ଦିଆଯାଇଛି। ନାଲି,ହଳଦିଆ ଓ ସବୁଜ ରଙ୍ଗରେ ଠିକ ନନ୍ଦିଘୋଷ, ଦେବଦଳନ ଓ ତାଳଧ୍ୱଜ ରଥ ପରି ସଜାଯାଇଛି। ତିନି ରଥରେ ବିରାଜମାନ ହେବେ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ମା’ସୁଭଦ୍ରା ଦେବୀ। ଈଶ୍ୱର ନିଜ ନିଖୁଣ କାମରେ ଏକ ଇଞ୍ଚ ଉଚ୍ଚତାରେ ତିନି ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ରଥ ନିର୍ମାଣ କରି ସେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି ଜଗତକୁ କରୋନା ମୁକ୍ତ ପାଇଁ। ଈଶ୍ୱରଙ୍କ ଏହି କଳାକୃତିକୁ ସାମାଜିକ ଗଣମାଧ୍ୟମରେ ବେଶ ପ୍ରଶଂସା ମିଳୁଛି।

ଅନନ୍ୟ ଶିଳ୍ପୀ ଈଶ୍ବର ରାଓଙ୍କ ସୂକ୍ଷ୍ମ କାରିଗରୀର ନିଦର୍ଶନ

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories