www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରମ୍ପଙ୍କ ଫୋନ୍‌ ଆସିବ ବୋଲି… ଏମିତି କଲେ ପୁଟିନ

ସମାଜ ଡିଜିଟାଲ ଡେସ୍କ: ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଅନେକ ଦିନ ଧରି ଆଲୋଚନା ଜାରି ରହିଛି। ପ୍ରଥମେ ଯେବେ ଆଲୋଚନା ହେବାର ଥିଲା, ସେତେବେଳେ ପୁଟିନ ଟ୍ରମ୍ପଙ୍କୁ ପ୍ରାୟ ଘଣ୍ଟାଏ କାଳ ଅପେକ୍ଷା କରାଇଥିଲେ। ଏହି ଖବର ସେତେବେଳେ ଅନ୍ତର୍ଜାତୀୟ ଗଣମାଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯୁଦ୍ଧକୁ ଅଧିକ ତୀବ୍ର କରାଇବାରେ ଆମେରିକାର ହାତ ଥିବାରୁ ପୁଟିନ ରାଗିଯାଇ ଏଭଳି କରିଥିବା ଆଲୋଚନା ହୋଇଥିଲା। ହେଲେ ଏବେ ସମୟ ବଦଳି ଯାଇଛି। ଟ୍ରମ୍ପଙ୍କୁ ଆଉ ବିରକ୍ତ କରାଇବାକୁ ଚାହୁଁନାହାନ୍ତି ପୁଟିନ। ଟ୍ରମ୍ବ ଜଣେ ଅଧୈର୍ଯ୍ୟ ବ୍ୟକ୍ତି ବୋଲି ବେଶ୍‌ ଜଣାଶୁଣା। ସେଥିପାଇଁ ପୁଟିନ ବି ସତର୍କ ରହୁଛନ୍ତି। ଯାହା ଗୁରୁବାର ଏକ କାର୍ଯ୍ୟକ୍ରମରୁ ଜଣାପଡ଼ିଥିଲା। ଟ୍ରମ୍ପଙ୍କ ଫୋନ କଲ୍ ଆସିବ ବୋଲି ଜାଣି ପୁଟିନ ଯାହା କଲେ ତାହା ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ପରସ୍ପର ପ୍ରତି ରହିଥିବା ସମ୍ମାନକୁ ଦର୍ଶାଇଥିଲା।

ଗୁରୁବାର ସକାଳେ ପୁଟିନ ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ହଜାର ହଜାର ଜନସାଧାରଣ ସେଥିରେଭାଗ ନେଇଥିଲେ। ମଞ୍ଚରେ ଆଲୋଚନା ଚାଲିଥିବାବେଳେ ହଠାତ ପୁଟିନଙ୍କୁ ଖବର ମିଳିଲା ଯେ ୧୫ ମିନିଟ ପରେ ଟ୍ରମ୍ପ ଫୋନ୍‌ କରି ତାଙ୍କ ସହିତ କଥା ହେବେ। ଏହା ଜାଣିବା ପରେ ପୁଟିନ କାର୍ଯ୍ୟକ୍ରମ ଅଧାରୁ ଚାଲିଯାଇଥିଲେ। ପୁଟିନ କହିଥିଲେ, ମୋତେ ଏବେ ଯିବାକୁ ହେବ। ଦୟାକରି ରାଗିବେ ନାହିଁ। ସେ ଅଧିକ ସମୟ ରହିପାରିଥାଆନ୍ତେ। କିନ୍ତୁ ଟ୍ରମ୍ପଙ୍କୁ ଅପେକ୍ଷା କରାଇବା ଠିକ ହେବ ନାହିଁ। ସେ ଅପମାନିତ ବୋଧ କରିବେ। ଏହା କହି ପୁଟିନ ସେଠାରୁ ଚାଲିଯାଇଥିଲେ।

- Advertisement -

ପରବର୍ତ୍ତୀ ସମୟରେ ୧ ଘଣ୍ଟା ଧରି ଟ୍ରମ୍ପ-ପୁଟିନ ଫୋନରେ କଥା ହୋଇଥିଲେ। ହେଳେ ପୂର୍ବ ଥର ଭଳି ଏଥର ବି ଟ୍ରମ୍ପଙ୍କୁ ନିରାଶ ହେବାକୁ ପଡ଼ିଥିଲା। ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ଫଳପ୍ରଦ ହୋଇ ନ ଥିବା ଟ୍ରମ୍ପ ଏକ ପୋଷ୍ଟରେ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories