ସମାଜ ଡିଜିଟାଲ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରିର ପ୍ରସିଦ୍ଧ ଶକ୍ତିପୀଠ ବାଲିହରଚଣ୍ଡୀ ନିକଟରେ ଜଣେ ଯୁବତୀ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଆନ୍ଧ୍ରପ୍ରଦେଶରୁ ଅଭିଯୁକ୍ତ ମନୋଜ ବେହେରାକୁ ଗିରଫ କରିଛି ପୁରୀ ପୁଲିସ । ଘଟଣାରେ ମୋଟ ୪ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଜି ସମସ୍ତଙ୍କର ଡାକ୍ତରୀ ମାଇନା କରାଯିବ ।
ଏହି ଘଟଣାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପରେ ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରିଥିଲା । ପୀଡ଼ିତା ଯୁବତୀଙ୍କର ଡାକ୍ତରୀମାଇନା କରାଯାଇଛି। ଯୁବତୀ ଜଣକ ଶନିବାର ଦିନ ବାଲିହରଚଣ୍ଡୀ ବୁଲିବାକୁ ଆସିଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ନିଛାଟିଆ ଜାଗାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ।



