www.samajalive.in
Sunday, December 7, 2025
26.1 C
Bhubaneswar

ପିଏନ୍‍ବିର ନେଟ ଲାଭ ୩୪୫୭ କୋଟି ଟଙ୍କା

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୩୪୫୭ କୋଟି ଟଙ୍କା ନେଟ୍‍ ଲାଭ ଉପାର୍ଜନ କରିଛି, ଯାହା ୨୦୨୦-୨୧ ଆର୍ଥିକ ବର୍ଷରେ ହୋଇଥିବା ନେଟ୍‍ ଲାଭ ୨୦୨୨ କୋଟି ଟଙ୍କା ତୁଳନାରେ ୭୧% ଅଧିକ। ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ବ୍ୟାଙ୍କର ନେଟ୍‍ ଲାଭ ୨୦୨ କୋଟି ଟଙ୍କା ହୋଇଛି। ଏଥିସହିତ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ବ୍ୟାଙ୍କର ଅପରେଟିଂ ଲାଭ ପରିମାଣ ପୂର୍ବ ବର୍ଷର ସେହି ସମୟ ତୁଳନାରେ ୧୭.୩୦% ବୃଦ୍ଧିପାଇ ୫୨୬୫ କୋଟି ଟଙ୍କା ହୋଇଛି। ଏହି ଅବସରରେ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷ ନିମନ୍ତେ ଇକ୍ୱିଟି ସେୟାର ପିଛା ୦.୬୪ ଟଙ୍କା (୩୨%) ଲାଭାଂଶ ପ୍ରଦାନକୁ ସୁପାରିଶ କରିଛନ୍ତି।

ବ୍ୟାଙ୍କ ପକ୍ଷରୁ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ପ୍ରକାଶ କରି କୁହାଯାଇଛି ଯେ ୨୦୨୨ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ବ୍ୟାଙ୍କ ପକ୍ଷରୁ ମୋଟ ୧୩୦୨୨୫ କୋଟି ଟଙ୍କାର ରିଟେଲ ଋଣ ଯୋଗାଇ ଦିଆଯାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୬.୬୯% ଅଧିକ। ସେହିଭଳି କୃଷିକ୍ଷେତ୍ରକୁ ଋଣ ଯୋଗାଣ ୯.୭୯% ବୃଦ୍ଧିପାଇ ୧୨୪୨୮୬ କୋଟି ଟଙ୍କା ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟାଙ୍କର ମୋଟ ଆୟ ୮୭୨୦୦ କୋଟି ଟଙ୍କା ଏବଂ ମୋଟ ଖର୍ଚ୍ଚ ୬% ହ୍ରାସପାଇ ୬୬୪୩୮ କୋଟି ଟଙ୍କା ହୋଇଛି। ୨୦୨୨ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କର ଏନ୍‍ପିଏ ପରିମାଣ ୩୪୯୦୯ କୋଟି ଟଙ୍କା ରହିଛି, ଯାହା ପୂର୍ବ ଆର୍ଥିକ ବର୍ଷର ଏନ୍‍ପିଏ ୩୮୫୭୬ କୋଟି ଟଙ୍କା ତୁଳନାରେ ୯.୫୧% କମ୍‍।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories