ନୂଆଦିଲ୍ଲୀ : ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ଗତ ତିନବର୍ଷ ମଧ୍ୟରେ ଜାଣିଶୁଣି ଋଣ ପରିଶୋଧ କରୁନଥିବା ଗ୍ରାହକଙ୍କଠାରୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରିଛନ୍ତି। ଆରବିବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଘରୋଇ ଓ ବେସରକାରୀ ବ୍ୟାଙ୍କଗୁଡିକ ୨୧୯ ଜଣ ଋଣ ଖିଲାପକାରୀଙ୍କୁ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କଠାରୁ ୧୨ ହଜାର ୩୩୮ କୋଟି ଟଙ୍କା ଆଦାୟ କରାଯିବ। ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ଋଣ ଖିଲାପକାରୀଙ୍କ ବିରୋଧରେ ସିବିଆଇ ନିକଟରେ ଅଭିଯୋଗ କରିଥାଆନ୍ତି। ସିବିଆଇ ନିକଟରେ ଏ ସଂକ୍ରାନ୍ତୀୟ ୫୧୨ଟି ମାମଲା ରୁଜ୍ଜୁ ହୋଇଛି ବୋଲି ସେ କହିଛନ୍ତି।
ରାଷ୍ଟ୍ରାୟତ ବ୍ୟାଙ୍କ ତିନବର୍ଷ ମଧ୍ୟରେ ୧୦ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରିଛନ୍ତି
Popular Categories



