www.samajalive.in
Sunday, December 7, 2025
26.1 C
Bhubaneswar

ସୁପ୍ରିମକୋର୍ଟରେ ଦୁଇ ଝିଅଙ୍କ ନିବେଦନ; ସୁରକ୍ଷା କର୍ମୀଙ୍କ ମାନବାଧିକାରକୁ ସୁରକ୍ଷା ଦିଆଯାଉ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଆନ୍ଦୋଳନ ଏବଂ ହିଂସାକାଣ୍ଡ ସମୟରେ ସୁରକ୍ଷାକର୍ମୀମାନେ ଉତ୍ୟେକ୍ତ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଉତ୍ୟେକ୍ତଙ୍କ ଟେକାପଥର ମାଡ଼ରେ ସୁରକ୍ଷା କର୍ମୀମାନେ ମୃତାହତ ହେଉଛନ୍ତି। ଏହାର ଅନେକ ନଜିର ଦେଖିବାକୁ ମିଳିଛି। ଏହାଦ୍ବାରା ସୁରକ୍ଷା କର୍ମୀମାନଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହେଉଛି। ତେଣୁ ଡ୍ୟୁଟି ସମୟରେ ସୁରକ୍ଷା କର୍ମୀମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି କରାଯାଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାୟର କରାଯାଇଛି। ସୁପ୍ରିମକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ ଦେବାକୁ କେନ୍ଦ୍ର ସରକାର, ପ୍ରତିରକ୍ଷା ମନ୍ତ୍ରଣାଳୟ, ଜାମ୍ମୁ-କାଶ୍ମୀର ସରକାର ଏବଂ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରଉଛନ୍ତି।

ସୂଚନାଯୋଗ୍ୟ, ସିଆରପିଏଫର ଅବସରପ୍ରାପ୍ତ ନାଏବ ସୁବେଦାରଙ୍କ ଝିଅ କାଜଲ ମିଶ୍ରା ଏବଂ ଲ୍ୟୁଟନାଣ୍ଟ କଲୋନେଲ କେଦାର ଗୋଖଲେଙ୍କ ଝିଅ ପ୍ରୀତି ଗୋଖଲେ ସୁପ୍ରିମକୋର୍ଟରେ ଏହି ପିଟିଶନ ଦାୟର କରିଥିଲେ। ହିଂସାକାଣ୍ଡ ସମୟରେ କର୍ତ୍ତବ୍ୟ ପାଳନ କରିବାକୁ ଯାଇ ଉତ୍ୟେକ୍ତ ଲୋକଙ୍କ ଦ୍ବାରା ଆକ୍ରମଣର ଶିକାର ହେଉଥିବା ସୁରକ୍ଷା କର୍ମୀଙ୍କ ମାନବାଧିକାର ଉଲ୍ଲଂଘନ ହେଉଛି। ଏହାକୁ ରୋକିବାକୁ ସରକାର ଏକ ସ୍ପଷ୍ଟ ନୀତି ପ୍ରଣୟନ କରିବାକୁ ଆବେଦନକାରୀ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ପୂର୍ବରୁ ସେମାନେ ଏନଏଚଆରସିରେ ଏକ ମାମଲା ଦାୟର କରିଥିଲେ। ଏନଏଚଆରସି ଏ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ କରିବା ପରେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି କେନ୍ଦ୍ର ସରକାର ମତ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କେବଳ ଜାମ୍ମୁ-କାଶ୍ମୀର ରାଜ୍ୟ କମିଶନ ଏହି ପ୍ରସଙ୍ଗରେ ପଦକ୍ଷେପ ନେଇପାରିବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯିବାରୁ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories