www.samajalive.in
Sunday, December 7, 2025
13.1 C
Bhubaneswar

ଏସବିଆଇ ଋଣ ଭରଣା ପାଇଁ ୫ଟି ରାଜ୍ୟରେ ବିଜୁଳି ଶୁଳ୍କ ବଢିଲା

ନୂଆଦିଲ୍ଲୀ: ଦେଶରେ କୋଇଲାରେ ପରିଚାଳିତ ତାପଜ ବିଦ୍ୟୁତ ପ୍ରକଳ୍ପଗୁଡ଼ିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ରାଜ୍ୟରେ ଟାଟା, ଅଦାନୀ ଓ ଏସାର ପରି କମ୍ପାନୀର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବାକୁ ଅନୁମତି ପ୍ରଦାନ କରିଛନ୍ତି।
ତାପଜ ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକର ଏଭଳି ପରିସ୍ଥିତି ବିଦେଶୀ କୋଇଲା ଯୋଗୁଁ ହୋଇଥିବା ଅଭିଯୋଗ ହୋଇଛି। ଏହି କ୍ଷତି ଭରଣା କରିବାକୁ ଗୁଜରାଟ ସରକାର ଜନସାଧାରଣଙ୍କ ବିଜୁଳି ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ନିଷ୍ପତ୍ତି ଫଳରେ କେବଳ ଗୁଜରାଟ କାହିଁକି ଏହି ରାଜ୍ୟରୁ ବିଜୁଳି କିଣୁଥିବା ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ଓ ହରିୟାଣା ଭଳି ରାଜ୍ୟର ବିଜୁଳି ଶୁଳ୍କ ମଧ୍ୟ ପ୍ରଭାବିତ ହେବାକୁ ଯାଉଛି। ଉପରୋକ୍ତ ରାଜ୍ୟଗୁଡ଼ିକ ନିଜ ବିଦ୍ୟୁତ ଚାହିଦା ପୂରଣ କରିବା ନିମନ୍ତେ ଗୁଜରାଟ ତାପଜ ବିଦ୍ୟୁତ ପ୍ରକଳ୍ପରୁ ଉତ୍ପାଦିତ ବିଜୁଳି ଟାଟା, ଆଦାନୀ ଓ ଏସାର ପାଖରୁ କିଣୁଛନ୍ତି। ପ୍ରମୁଖ ୩ଟି କମ୍ପାନୀର ତାପଜ ବିଦ୍ୟୁତ ପ୍ରକଳ୍ପରୁ ମୋଟ୍‍ ୧୦ହଜାର ମୋଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦିତ ହେଉଛି।
ଇଣ୍ଡୋନେସିଆରୁ କିଣା ଯାଉଥିବା କୋଇଲାର ଉତ୍ପାଦନଠାରୁ ଚାହିଦା ଅଧିକ ହେବାରୁ ଏହାର ମୂଲ୍ୟ କ୍ରମଶଃ ବଢିବାରେ ଲାଗିଛି। ଅନ୍ତରାଷ୍ଟ୍ରୀୟ ବଜାରରେ କୋଇଲାର ମୂଲ୍ୟ କ୍ରମଶଃ କମିବାକୁ ଲାଗିଥିବାବେଳେ ଇଣ୍ଡୋନେସିଆରେ କୋଇଲା ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଫଳରେ ଇଣ୍ଡୋନେସିଆ ସରକାର କୋଇଲାର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ।
୨୦୧୦ରେ ଇଣ୍ଡୋନେସିଆ ସରକାର କୋଲ ମାଇନିଂ ପ୍ରସେସିଂ ଫର୍ମୁଲାରେ ପରିବର୍ତ୍ତନ କରିଥିଲେ। ଏହା ଦ୍ୱାରା ଅଦ୍ୟାବଧି ଅନ୍ତରାଷ୍ଟ୍ରୀୟ ବଜାରରେ ସବୁଠାରୁ ଶସ୍ତାରେ ଇଣ୍ଡୋନେସିଆ କୋଇଲା ଉପଲବ୍ଧ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବିଦ୍ୟୁତ୍‍ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଇଣ୍ଡୋନେସିଆ କୋଇଲା ଦ୍ୱାରା ବିଦ୍ୟୁତ ଉତ୍ପାଦନ କରିବା ଆରମ୍ଭ କରିଥିଲେ। ଇତିମଧ୍ୟରେ ଇଣ୍ଡୋନେସିଆ କୋଇଲା କମ୍ପାନୀ ଗୁଡ଼ିକ ମୂଲ୍ୟ ବୃଦ୍ଧି ଭାରତୀୟ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ନିକଟ ଭବିଷ୍ୟତରେ ମଧ୍ୟ ଯେତେଥର ଇଣ୍ଡୋନେସିଆ କୋଇଲାର ମୂଲ୍ୟ ବଢିବ ଭାରତୀୟ ବିଦ୍ୟୁତ ଉପଭୋକ୍ତାଙ୍କୁ ଅଧିକ ବିଦ୍ୟୁତ ଶୁଳ୍କ ଦେବାକୁ ପଡ଼ିବ ଏଥିରେ ସନ୍ଦେହ ନାହିଁ।
ଉପରୋକ୍ତ ସମସ୍ତ ଥର୍ମାଲ ପ୍ଲାଣ୍ଟ ଏସବିଆଇର ଆର୍ଥିକ ସହଯୋଗରେ ପରିଚାଳିତ ହେଉଛି। ତେଣୁ କମ୍ପାନୀ କ୍ଷତିର ସମ୍ମୁଖୀନ ହେଲେ ଏସବିଆଇ ମଧ୍ୟ କ୍ଷତିର ସମ୍ମୁଖୀନ ହେଉଛି। ଏସବିଆଇର ଅଡିଟରେ ଉପରୋକ୍ତ ତାପଜ ବିଦ୍ୟୁତ ପ୍ରକଳ୍ପଗୁଡ଼ିକ କ୍ଷତିର ସମ୍ମୁଖୀନ ହେଉଥିବା ଦର୍ଶାଯାଇଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ ପ୍ରକଳ୍ପକୁ ଚଲାଇ ରଖିବାକୁ ହେଲେ ଅଧିକ ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି। ନଚେତ ଏହି କାରଖାନାଗୁଡ଼ିକ ନନ୍‍ ପାର୍ଫୋମିଂ ପ୍ଲାଣ୍ଟରେ ପରିଣତ ହେବାର ସମ୍ଭାବନା ରହିଛି। ଏଭଳି ହେଲେ ଉକ୍ତ କାରଖାନାକୁ ଋଣ ଆକାରରେ ଦେଇଥିବା ଟଙ୍କା ବୁଡ଼ିବାର ସମ୍ଭାବନା ରହିଛି। ସମସ୍ତ ଦିଗକୁ ଅନୁଧ୍ୟାନ କରି ଗୁଜରାଟ ସରକାର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇ ଜନସାଧାରଣଙ୍କ ମୁଣ୍ଡରେ ବିଦ୍ୟୁତ ଶୁଳ୍କର ବୋଝ ଲଦି ଦେଇ ଏସବିଆଇ ଓ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀଙ୍କୁ ଆର୍ଥିକ ବୋଝମୁକ୍ତ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories