ଖୋର୍ଦ୍ଧା : ଖୋର୍ଦ୍ଧା ପୋସ୍କୋ ଅଦାଲତରୁ ଶନିବାର ଜଣେ କଏଦୀ ଚମ୍ପଟ ମାରିଛି। ସ୍ଥାନୀୟ ପୋସ୍କୋ ଅଦାଲତରେ ମକଦ୍ଦମା ଚାଲିଥିବା ବେଳେ ସୁକାନ୍ତ ନାଏକ ପୁଲିସକୁ ଧକ୍କା ଦେଇ ଫେରାର ହୋଇଯାଇ ଥିଲା। ସୁକାନ୍ତର ଘର ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅର୍ନ୍ତଗତ କୁହୁଡ଼ି ଗାଁର ବୋଲି ଜଣାଯାଇଛି। ସେ ଦୁଇ ବର୍ଷ ହେବ ଜେଲରେ ଥିବାବେଳେ ତା’ର ବିଚାର ଚାଲିଛି। ଶନିବାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ଥିବାବେଳେ ଭୁବନେଶ୍ୱର ଝାରପଡ଼ା ଜେଲରୁ ତାକୁ ଅଣାଯାଇ ଅଦାଲତରେ ହାଜର କରାଯାଇଥିଲା। ସେ ଅପରାହ୍ଣ ପ୍ରାୟ ୪ଟାରେ ପୁଲିସକୁ ଧକ୍କା ଦେଇ ଅଦାଲତରୁ ଚମ୍ପଟ ମାରିଥିଲା। ସେ ଉପର ମହଲାର ଶିଢି ଦେଇ ପାଚେରି ଡେଇଁ ଚମ୍ପଟ ମାରିଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସେ ଏକ ହ୍ୟାପ ପ୍ୟାଣ୍ଟ ଓ ହାପ ସାର୍ଟ ପିନ୍ଧିଥିଲା। ଫେରାର୍ ସୁକାନ୍ତକୁ ଧରିବା ପାଇଁ ଖୋର୍ଦ୍ଧା ଜିଲା ପୁଲିସ ସହ ଭୁବନେଶ୍ୱର ପୁଲିସ ଉଦ୍ୟମ ଚଳାଇଛି।
Popular Categories



