www.samajalive.in
Monday, December 8, 2025
14.1 C
Bhubaneswar

ଭାରତ ଓ ଶ୍ରୀଲଙ୍କା ଆତଙ୍କବାଦ ବିରୋଧରେ ଯଥାର୍ଥ ମୁକାବିଲା କରିଛନ୍ତି – ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆତଙ୍କବାଦ ଏବେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଏବଂ ସେ କ୍ଷେତ୍ରରେ ଉଭୟ ଭାରତ ଓ ଶ୍ରୀଲଙ୍କା ଯଥାର୍ଥ ଉପାୟରେ ମୁକାବିଲା କରିଛନ୍ତି। ଆଗାମୀ ଦିନରେ ଆତଙ୍କବାଦ ବିରୋଧ ଲଢେଇରେ ଉଭୟ ଦେଶ ପରସ୍ପରର ଅଧିକ ସହଭାଗୀ ହେବେ ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ କହିଛନ୍ତି, ଉଭୟ ଭାରତ ଏବଂ ଶ୍ରୀଲଙ୍କା ପାରସ୍ପରିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ପ୍ରତିବଦ୍ଧ। ସେ କହିଛନ୍ତି ଯେ ଶ୍ରୀଲଙ୍କାର ବିକାଶ ଏବଂ ସେଠାରେ ଶାନ୍ତି ସ୍ଥାପନ ଭାରତ ପାଇଁ ଅପରିହାର୍ଯ୍ୟ। ପ୍ରଥମେ ପଡୋଶୀ ନୀତି ଅନୁଯାୟୀ ଶ୍ରୀଲଙ୍କା ସହ ସମସ୍ତ କ୍ଷେତ୍ରରେ ସମ୍ପର୍କ ବୃଦ୍ଧିକୁ ଭାରତ ଗୁରୁତ୍ୱ ଦେଉଥିବା ମୋଦୀ କହିଛନ୍ତି।

ଆଜି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପ୍ରାରମ୍ଭରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପ୍ରସଙ୍ଗ ସ୍ଥାନ ପାଇଥିଲା। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଏହି ଅବସରରେ କହିଛନ୍ତି, ବୈଠକରେ ଅନେକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଭାରତର ପ୍ରଥମେ ପଡୋଶୀ ନୀତି ପାଇଁ ରାଜପକ୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

- Advertisement -

ଗତକାଲି ରାଜପକ୍ଷ ଓ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପାଞ୍ଚ ଦିନିଆ ଗସ୍ତରେ ଭାରତରେ ପହଂଚିବା ପରେ ଆଜି ସକାଳେ ରାଷ୍ଟ୍ରପତି ଭବନରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ପ୍ରଥମ ପର୍ଯ୍ୟାୟରେ ରାଜପକ୍ଷଙ୍କ ସହ ଆଲୋଚନା କରିଥିଲେ ଓ ସେଥିରେ ବିକାଶ ଏବଂ ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories