ନୂଆଦିଲ୍ଲୀ: ଗାଜାରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ହ୍ୱାଇଟ୍ ହାଉସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଯୋଜନାରେ ସହମତି ପ୍ରକାଶ କରିଛନ୍ତି ନେତାନ୍ୟାହୁ । ଡୋନାଲ୍ଡ ହମାସକୁ ମଧ୍ୟ ଚେତାବନୀ ଦେଇଛନ୍ତି । ଟ୍ରମ୍ପଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟ୍ରମ୍ପଙ୍କ ଯୋଜନା ପାଲେଷ୍ଟାଇନ ଏବଂ ଇସ୍ରାଏଲ ଲୋକଙ୍କ ପାଇଁ ସ୍ଥାୟୀ ଶାନ୍ତି ପଥ ପ୍ରଶସ୍ତ କରୁଛି ।
ଟ୍ରମ୍ପ ହମାସକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ‘ମୁଁ ଆଶା କରୁଛି ଆମେ ଏକ ଶାନ୍ତି ଚୁକ୍ତିରେ ପହଞ୍ଚିବୁ, ଏବଂ ଯଦି ହମାସ ଏହି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରେ, ଯାହା ସମ୍ଭବ, ତେବେ ସେମାନେ ଏହି ଚୁକ୍ତିରୁ ବାଦ ପଡିବେ । ଅନ୍ୟ ସମସ୍ତେ ଏହାକୁ ଗ୍ରହଣ କରିଛନ୍ତି, କିନ୍ତୁ ମୁଁ ଭାବୁଛି ଆମେ ଏକ ସକାରାତ୍ମକ ପ୍ରତିକ୍ରିୟା ପାଇବୁ । ଯଦି ତାହା ନହୁଏ ତେବେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଯାହା କରିବେ ସେଥିରେ ଆମର ପୂର୍ଣ୍ଣ ସମର୍ଥନ ରହିଛି ।
We welcome President Donald J. Trump’s announcement of a comprehensive plan to end the Gaza conflict. It provides a viable pathway to long term and sustainable peace, security and development for the Palestinian and Israeli people, as also for the larger West Asian region. We…
— Narendra Modi (@narendramodi) September 30, 2025
ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଟ୍ରମ୍ପଙ୍କ ଗାଜା ବିବାଦର ଅନ୍ତ ପାଇଁ ଏକ ବ୍ୟାପକ ଯୋଜନାକୁ ସ୍ୱାଗତ କରୁଛୁ । ଏହା ପାଲେଷ୍ଟାଇନ ଏବଂ ଇସ୍ରାଏଲ ଲୋକଙ୍କ ପାଇଁ ଏବଂ ବ୍ୟାପକ ପଶ୍ଚିମ ଏସୀୟ କ୍ଷେତ୍ର ପାଇଁ ଦୀର୍ଘକାଳୀନ ଏବଂ ସ୍ଥାୟୀ ଶାନ୍ତି, ସୁରକ୍ଷା ଏବଂ ବିକାଶ ପାଇଁ ଏକ କାର୍ଯ୍ୟକାରୀ ପଥ ପ୍ରଦାନ କରିବ ।



