www.samajalive.in
Sunday, December 7, 2025
26.1 C
Bhubaneswar

ଖରଗୌଣରେ ମୋଦୀ: କହିଲେ ‘ଅବକି ବାର, ୩୦୦ ପାର…’

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ଶେଷ ଦିନରେ ଶୁକ୍ରବାର ମଧ୍ୟପ୍ରଦେଶ ଖରଗୌଣରେ ଏକ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି ବିଜେପି ଏଥର ସଂଖ୍ୟା ଗରିଷ୍ଠତା ହାସଲ କରିବା ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଋଣ ଛାଡ଼ ପ୍ରସଙ୍ଗ ଉତଥାପନ କରି କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି। ମୋଦୀ ଉପସ୍ଥିତ ଲୋକଙ୍କୁ କହିଛନ୍ତି ଯେ, ଯଦି ଋଣ ଛାଡ଼ କରି ନ ଥିବା ପ୍ରାର୍ଥୀ ନିର୍ବାଚନ ବେଳେ ଆସନ୍ତି, ସେମାନଙ୍କୁ ଫେରି ଯିବାକୁ କହିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୯ ନିର୍ବାଚନ ଅନ୍ୟ ନିର୍ବାଚନ ଠାରୁ ଭିନ୍ନ କାରଣ ଏହି ନିର୍ବାଚନର ନେତୃତ୍ୱ ଜନତା ନେଉଛନ୍ତି। କଂଗ୍ରେସ ଦଳ ଦେଶଦ୍ରୋହ ଆଇନ ଉଛେଦ ପ୍ରସଙ୍ଗ ନେଇ ରାଜନୀତି କରିବାକୁ ଚେଷ୍ଟା କରି ବିଫଳ ହେଲା ଯେହେତୁ ଦେଶବାସୀ କଂଗ୍ରେସକୁ ପ୍ରତ୍ୟାଖାନ କଲେ। ମୋଦୀ କହିଛନ୍ତି, ଯେଉଁମାନେ ଜାମ୍ମୁ କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ କଥା କହୁଛନ୍ତି, ସେମାନଙ୍କୁ ଲୋକମାନେ ଏହି ନିର୍ବାଚନରେ ଦଣ୍ଡ ଦେବେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories