ସପ୍ତଦଶ ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆ ସରକାର ଗଠନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଷ୍ଟ୍ରପତି ଭବନକୁ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ଦେଇଥିଲେ। ଏହା ପରେ ରାଷ୍ଟ୍ରପତି ଲୋକସଭା ଭଙ୍ଗ କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା। ୫୪୩ ଆସନ ମଧ୍ୟରୁ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବହୁମତ ହାସଲ କରିଛି। ଏନଡିଏକୁ ୨୯୨ ଆସନ ମିଳିଛି। ସେଥିରୁ ବିଜେପି … Continue reading ସପ୍ତଦଶ ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ