www.samajalive.in
Sunday, December 7, 2025
23.1 C
Bhubaneswar

ମା’ ଭଟ୍ଟାରିକାଙ୍କ ଶାରଦୀୟ ପୂଜା ପାଳନ ନେଇ ପ୍ରସ୍ତୁତି ବୈଠକ

ବଡ଼ମ୍ବା  : ପ୍ରସିଦ୍ଧ ଶକ୍ତିପୀଠ ମା ଭଟ୍ଟାରିକାଙ୍କ ମନ୍ଦିରରେ ଚଳିତବର୍ଷର ଶାରଦୀୟ ପୂଜା ପାଳନନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ଭଜନ ମଣ୍ଡପରେ ଦେବୋତ୍ତର ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଦେବଦତ୍ତ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେବୀଙ୍କର ଏହି ଷୋଡ଼ଶ ଦିନାତ୍ମକ ବାର୍ଷିକୋତ୍ସବ କିଭଳି ଯଥାରୀତି ଶାନ୍ତିଶୃଖଂଳାର ସହିତ ଅନୁଷ୍ଠିତ ହେବ ସେନେଇ ବିଭିନ୍ନ ବିଭାଗର ଅଧିକାରୀ, ସ୍ଥାନୀୟ ବୁଦ୍ଧିଜୀବୀ, ମନ୍ଦିର ସେବାୟତ, ଉନ୍ନୟନ ପରିଷଦ, ଉତ୍ସବ ପାଳନ କମିଟି ଏବଂ ଜନପ୍ରତିନିଧିଙ୍କ ଉପସ୍ଥିତିରେ ସବିଶେଷ ଆଲୋଚନା କରାଯାଇଥିଲା।

ଚଳିତମାସ ୨୯ତାରିଖ ମୁଳାଷ୍ଟମୀ ତିଥିରୁ ଏହି ଉତ୍ସବ ଆରମ୍ଭ ହେବାସହ ଆଗାମୀ ଅକ୍ଟୋବର ମାସ ୧୧ ତାରିଖରୁ ପୀଠରେ ତ୍ରିଦିନାତ୍ମକ ଦଶହରା ପର୍ବ ପାଳନ ହେବ । ଅକ୍ଟୋବର ମାସ ୧୧ ତାରିଖରେ ପୀଠରେ ପବିତ୍ର ମହାସପ୍ତମୀ ପର୍ବ, ୧୨ ତାରିଖରେ ମହାଷ୍ଟମୀ ପର୍ବ ଏବଂ ମା ଭଟ୍ଟାରିକାଙ୍କ ବାର୍ଷିକୋତ୍ସବ, ୧୩ ତାରିଖରେ ମହାନବମୀ , ୧୪ ତାରିଖରେ ପୀଠେ ବିଶ୍ରାମ ଏବଂ ୧୫ ତାରିଖ ଶୁକ୍ରବାର ମନ୍ଦିରରେ ଦଶହରା ଉତ୍ସବ ପାଳନ ହେବ ବୋଲି ଜଣାଯାଇଛି । ତେବେ ମହାମାରୀ କରୋନା କାରଣରୁ ପୀଠରେ ଚଳିତବର୍ଷ ପାର୍ବଣ ସମୟରେ ମା ଭଟ୍ଟାରିକାଙ୍କର ସ୍ୱତନ୍ତ୍ର ସୁନାବେଶକୁ ଶ୍ରଦ୍ଧାଳୁମାନେ କୋଭିଡ କଟକଣାମାନି ଦର୍ଶନ କରିବା ବାଧ୍ୟତା ମୂଳକ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି । ପାର୍ବଣ ପୂଜାର ଯଥେଷ୍ଟ ପୂର୍ବରୁ ପୀଠର ପରିଛନ୍ନତା ତଥା ଆଖପାଖର ପରିମଳ ସଫା କରାଯିବା ସହ ରାସ୍ତାଘାଟ ମରାମତି, ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ, ସ୍ୱତନ୍ତ୍ର ଶିବିର ମାଧ୍ୟମରେ ଅସ୍ଥାୟୀ ସ୍ୱାସ୍ଥ୍ୟସେବା, ମନ୍ଦିର ବେଢା ତଥା ରାସ୍ତାପାଖ ଆଲୋକୀ କରଣ ଆଦି ଅତ୍ୟାବଶ୍ୟକ ସେବା ଯେଭଳି ସମୟପୂର୍ବରୁ କରାଯିବ ସେ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

- Advertisement -

ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ଓକିଲ ସଂଘ ସଭାପତି ଆଇନଜୀବୀ ସନ୍ତୋଷ କୁମାର ବେହେରା, ଭଟ୍ଟାରିକା ଆଞ୍ଚଳିକ ଉନ୍ନୟନ ପରିଷଦ ସଦସ୍ୟ ସନାତନ ବେହେରା, ଭ୍ରମରବର ନାୟକ, କାର୍ତ୍ତିକ ପୁହାଣ, ସେବାୟତ ସଂଘ ସଭାପତି ପବିତ୍ର ମହାପାତ୍ର, ପର୍ବ ପୂଜକ ଶିରିଶ ରଣା, ସାମଲ ରଣା, ମହୋତ୍ସବ ପାଳନ କମିଟି ଉପଦେଷ୍ଟା ରବିନ୍ଦ୍ର କୁମାର ସାହୁ, ଜିଲାପରିଷଦ ସଦସ୍ୟ ଚିତ୍ତରଞ୍ଜନ ମିଶ୍ର, ସାଂସଦ ପ୍ରତିନିଧି ଦିପକ କୁମାର ସାହୁ, ଥାନା ଆଇଆଇସି ନିରଞ୍ଜନ ଦାସ, ଡାକ୍ତର ଉଦୟ ରଞ୍ଜନ ଦାଶଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ତଥା ନିକଟସ୍ଥ ଶଶାଙ୍ଗ,ଓଗାଳପୁର, ଗମେଇ, କରଡ଼ିବନ୍ଧ ଆଦି ଗ୍ରାମର ନେତୃବର୍ଗ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories