www.samajalive.in
Sunday, December 7, 2025
23.1 C
Bhubaneswar

ମନ୍ତ୍ରୀ ପ୍ରତାପ ଜେନାଙ୍କ ବଦାନ୍ୟତା ; ଦିବ୍ୟାଙ୍ଗଙ୍କୁ ଦେଲେ ୩୦ଟି ଟ୍ରାଇ ମୋଟର ସାଇକଲ

କୁଆଁପାଳ : ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ୩୦ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ମୋଟର ସାଇକଲ ଉପହାର ଦେଇଛନ୍ତି । ଉତ୍କଳ ଦିବସ ଅବସରରେ ମାହାଙ୍ଗା ଅଳିଯୋଡ଼ା ସ୍ଥିତ ନିଜ ବାସଭବନ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମାହାଙ୍ଗା ବ୍ଲକର ୧୯ଜଣ ଓ ନିଶ୍ଚିନ୍ତକୋଇଲି ବ୍ଲକର ୧୧ଜଣ ଦିବ୍ୟାଙ୍ଗଙ୍କୁ ଏହି ମୋଟର ସାଇକଲ ପ୍ରଦାନ କରିଛନ୍ତି।  ପାଖାପାଖି ୩୦ ଲକ୍ଷ ଟଙ୍କା ବ୍ୟୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୦ଜଣ ଦିବ୍ୟାଙ୍ଗଙ୍କୁ  ଟିଭିଏସ କମ୍ପାନୀର ଟ୍ରାଇ ମୋଟର ସାଇକଲ ଉପହାର ଦେଇଛନ୍ତି।

ଜଣେ ଯୁବ ମନ୍ତ୍ରୀ ଭାବରେ ସର୍ବଦା ସବୁ ବର୍ଗର ଲୋକଙ୍କ ପାଇଁ ବିକାଶ ମୂଳକ କାର୍ଯ୍ୟ କରିଆସିଥିବାବେଳେ ଏବେ ଦିବ୍ୟାଙ୍ଗ ଭାଇ ଭଉଣୀ ମାନକଂର କିପରି ଉନ୍ନତି ହୋଇପାରିବ ସେଥିନେଇ ବ୍ୟକ୍ତିଗତ ଓ ସରକାରୀ ସ୍ତରରେ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଏଭଳି ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ମାହାଙ୍ଗା ଦିବ୍ୟାଙ୍ଗ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ ରାଯାଇଛି। ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ଅଂଚଳର ସମସ୍ତ ବିଜେଡି ନେତୃମଣ୍ଡଳୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories