www.samajalive.in
Monday, December 8, 2025
14.1 C
Bhubaneswar

ପଞ୍ଚାୟତିରାଜ ଦିବସ ପାଳନକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ଵର: ତାରିଖ ବଦଳିବା ଓଡ଼ିଶାବାସୀଙ୍କ ପାଇଁ ବହୁତ ବଡ଼ ଅପମାନ। ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନ ମନ୍ୟତା ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ମିଡିଆ ସଂଯୋଜକ ପ୍ରତାପ ଜେନା।

ସେ କହିଛନ୍ତି, ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ଗତ ତିନି ଦଶନ୍ଧିରୁ ଓଡ଼ିଶାରେ ପାଳନ କରାଯାଉଛି। ବିଜେପି ମେଣ୍ଟ ସରକାର ସମୟରେ ମଧ୍ୟ ବିଜୁ ଜୟନ୍ତୀରେ ହିଁ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ବିଜୁ ବାବୁ ରାଷ୍ଟ୍ର ନେତା, ଯାହାଙ୍କ ମୃତଦେହରେ ତିନୋଟି ଦେଶର ପତାକା ରଖାଯାଇଥିଲା। ଓଡ଼ିଶା ବିକାଶରେ ସେ ବିଶ୍ୱକର୍ମା। ଏହି ମହାନ ବ୍ୟକ୍ତିଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ଏଥିପାଇଁ ପାଳନ ହୁଏ କାରଣ ସାରା ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥା ବିଜୁ ବାବୁ କରିଥିଲେ। ସେ କହୁଥିଲେ, ପଞ୍ଚାୟତ ପ୍ରତିନିଧି ହେଉଛନ୍ତି ପଂଚାୟତର ମୁଖ୍ୟମନ୍ତ୍ରୀ। କ୍ଷମତା ବିକେନ୍ଦ୍ରୀକରଣ କରି ଗ୍ରାମୀଣ ବିକାଶର ବାଟ ଫିଟାଇଥିଲେ ବିଜୁ ବାବୁ। ପ୍ରତାପ ଆହୁରି କହିଛନ୍ତି, ସେ ଭାରତର ପ୍ରଥମ ବ୍ୟକ୍ତି, ଯିଏ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେଇଥିଲେ। ବାଜପେୟୀଙ୍କ ପରି ମହାନ ନେତା ବିଜୁ ବାବୁଙ୍କ ସ୍ମୃତି ରକ୍ଷା ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ବିଜୁ ବାବୁଙ୍କ ନାଁରେ କରିଥିଲେ। ହେଲେ ଏବେ ସରକାର ପଞ୍ଚାୟତିରାଜ ଦିବସ ଘୁଞ୍ଚାଇବା ଓଡ଼ିଶା, ଓଡ଼ିଶାବାସୀଙ୍କ ପ୍ରତି ଅପମାନ। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଏ ନିଷ୍ପତ୍ତି ପରିବର୍ତନ ନ କରିବେ, ସେ ପର୍ଯ୍ୟନ୍ତ ଆମେ ଚୁପ ରହିଁବୁନି। ଆମେ ଲୋକଙ୍କ ପାଖକୁ ଯିବୁ। ଦରକାର ପଡ଼ିଲେ ବିଜେଡି ରାଜରାସ୍ତାକୁ ଯିବ, ସାରା ଓଡ଼ିଶାର ଲୋକ ଏହାକୁ ପ୍ରତିବାଦ କରିବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories