ସାୱନ୍ତ ଗୋଆ ମୁଖ୍ୟମନ୍ତ୍ରୀ ମନୋନୀତ

ପାଣାଜୀ : ପ୍ରମୋଦ ସାୱନ୍ତ ପୁନର୍ବାର ଗୋଆର ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି। ସୋମବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ପ୍ରମୋଦ ସାୱନ୍ତଙ୍କୁ ନେତା ନିର୍ବାଚିତ କରାଯାଇଛି। ଫଳରେ ଗୋଆରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ୧୧ଦିନ ହେଲା ଲାଗି ରହିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ପ୍ରମୋଦ ରାଜ୍ୟପାଳ ପିଏସ୍ ଶ୍ରୀଧରନ ପିଲାଇଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ମାର୍ଚ୍ଚ ୨୩ରୁ ୨୫ ତାରିଖ ମଧ୍ୟରେ ନୂଆ ସରକାର ଶପଥ ଗ୍ରହଣ କରିବ। ଅନେକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରୁ ସାୱନ୍ତଙ୍କ ନାମରେ କେନ୍ଦ୍ରୀୟ ନେତା ମୋହର ମାରିଥିବାରୁ ସାୱନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟର ବିକାଶ ପାଇଁ ସମସ୍ତ ଉଦ୍ୟମ କରିବେ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ସାୱନ୍ତ ଗୋଆ ମୁଖ୍ୟମନ୍ତ୍ରୀ ରହିଥିଲେ। ଗତ ନିର୍ବାଚନରେ ବିଧାନସଭାର ମୋଟ ୪୦ ଆସନରୁ ବିଜେପି ୨୦ଟିରେ ବିଜୟୀ ହୋଇଛି। ବିଜେପି ସରକାରକୁ ଏମଜିପିର ୨ ଓ ୩ ସ୍ବାଧୀନ ବିଧାୟକ ସମର୍ଥନ ଜଣାଇଛନ୍ତି।

kalyan agarbati

Comments are closed.