ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଲକଡାଉନ୍ ସମୟରେ ପୋଷ୍ଟ ଅଫିସଗୁଡ଼ିକ ଜରିଆରେ ମୌଳିକ ଡାକ ଏବଂ ଆର୍ଥିକ ସେବା ଯୋଗାଇ ଦିଆଯିବ। ଡାକ ନେଟୱର୍କ ଜରିଆରେ ଜରୁରୀ ସାମଗ୍ରୀ ଯୋଗାଣ ଉପରେ ପ୍ରାଥମିକତା ଦିଆଯାଉଛି। ପୋଷ୍ଟ ଅଫିସ ସେଭିଙ୍ଗସ ବ୍ୟାଙ୍କ ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଜରିଆରେ ଟଙ୍କା ଜମା ଏବଂ ଉଠାଣ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ଯେକୌଣସି ବ୍ୟାଙ୍କରେ ଥିବା ଆକାଉଣ୍ଟରୁ ଟଙ୍କା ଉଠାଇବା ଲାଗି ପୋଷ୍ଟ ଅଫିସ ଗୁଡ଼ିକରେ ଏଟିଏମ୍ ସୁବିଧା ଏବଂ ଆଧାର ସଂଯୁକ୍ତ ପଇଠ ବ୍ୟବସ୍ଥା ଉପଲବ୍ଧ କରାଯାଇଛି।
ଡାକ ବିଭାଗ ଏହାର କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସମସ୍ତ ସତର୍କତା ପଦକ୍ଷେପକୁ କାର୍ଯ୍ୟକାରୀ କରିଛି। ଏଥିସହିତ ନାଗରିକମାନଙ୍କ ନିକଟରେ ପୋଷ୍ଟ ଅଫିସ ଶୃଙ୍ଖଳ ଚକ୍ର ଜରିଆରେ ଜରୁରୀ ସେବା ନିରାପଦ ଭାବେ ପହଞ୍ଚାଇବା ଲାଗି ପ୍ରଭାବଶାଳୀ ଢ଼ଙ୍ଗରେ ପଦକ୍ଷେପ ଗ୍ରହଣ କରୁଛି।
କୋଭିଡ-୧୯ ଲକଡାଉନ୍ : ପୋଷ୍ଟ ଅଫିସ ଜରିଆରେ ମିଳିବ ମୌଳିକ ଡାକ ଏବଂ ଆର୍ଥିକ ସେବା
Popular Categories



