www.samajalive.in
Sunday, December 7, 2025
26.1 C
Bhubaneswar

ଅଗଷ୍ଟ ୨ ତାରିଖରେ ବନ୍ଦ ରହିବ ଡାକଘର

ଆଠଗଡ: କଟକ ଦକ୍ଷିଣ ମଣ୍ଡଳ ଅଧିନ ସମସ୍ତ ଡାକଘର ଆସନ୍ତା ଅଗଷ୍ଟ ୨ ତାରିଖରେ ବୈଷୟିକ କାରଣରୁ ବନ୍ଦ ରହୁଥିବାରୁ ସେଦିନ କୌଣସି ଡାକସେବା ଉପଲବ୍ଧ ହେବ ନାହିଁ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । କଟକ ଦକ୍ଷିଣ ମଣ୍ତଳ ଅନ୍ତର୍ଗତ ଆଠଗଡ ମୁଖ୍ୟ ଡାକଘର, ଜଗତସିଂହପୁର ମୁଖ୍ୟ ଡାକଘର ଓ ସେହି ଦୁଇ ମୁଖ୍ୟ ଡାକଘର ଅଧିନସ୍ଥ ସମସ୍ତ ଉପ ଡାକଘର ବନ୍ଦ ରହିବ। ଏହା ସହିତ ଅଗଷ୍ଟ ୧ ତାରିଖ ଓ ୨ ତାରିଖ କଟକ ଦକ୍ଷିଣ ମଣ୍ଡଳ ଅଧିନସ୍ଥ ସମସ୍ତ ଶାଖା ଡାକଘରରେ ମଧ୍ୟ ଡାକସେବା ବନ୍ଦ ରହିବ। ଡାକ ବିଭାଗ ଦ୍ଵାରା ଏସଏପି ସଫ୍ଟଓୟାର ବଦଳରେ ନିଜସ୍ୱ ଡିଜାଇନ ଆଧୁନିକ ଡାକ ବ୍ୟବସ୍ଥା ଓ ପ୍ରଯୁକ୍ତି ସେବା( ଆଇଟି ୨.୦ ସଫ୍ଟୱେୟାର) ପ୍ରଚଳିତ ହେବାକୁ ଯାଉଛି। ଆଠଗଡ ମୁଖ୍ୟ ଡାକଘର, ଜଗତସିଂହପୁର ମୁଖ୍ୟ ଡାକଘର, ସମସ୍ତ ଉପ ଡାକଘର ଏବଂ ଏମାନଙ୍କ ଅଧିନସ୍ଥ ସମସ୍ତ ଶାଖା ଡାକଘରେ ଆସନ୍ତା ଚାରି ତାରିଖରୁ ଏହି ସଫ୍ଟଓୟାର ପ୍ରଚଳିତ ହେବା ଦ୍ୱାରା ଡାକସେବା ଅଧିକ ତ୍ୱରାନ୍ୱିତ ଓ ବ୍ୟବସ୍ଥିତ ହେବା ସହ ନେଟଓ୍ବାର୍କ ସମସ୍ୟାର ସମାଧାନ ହୋଇ ପାରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ତେଣୁ ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ବୈଷୟିକ କାରଣ ଯୋଗୁଁ ଉପରୋକ୍ତ ଦିନରେ ଡାକସେବା ବନ୍ଦ ରହିବ ବୋଲି କଟକ ଦକ୍ଷିଣ ଡାକ ମଣ୍ଡଳ ଅଧିକ୍ଷକ ପରମେଶ୍ୱର  ନାୟକ ଗ୍ରାହକଙ୍କ ଅବଗତି ନିମନ୍ତେ ସୂଚନା ଦେଇଛନ୍ତି । ଉନ୍ନତ ସେବା ପ୍ରଦାନ ଲାଗି ଡାକ ବିଭାଗ ଏହି ପ୍ରୟାସ କରୁଥିବାରୁ ଜନସାଧାରଣ ଓ ଗ୍ରାହକ ସହଯୋଗ କରିବାକୁ ନିବେଦନ କରାଯାଇଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories