www.samajalive.in
Monday, December 8, 2025
16.1 C
Bhubaneswar

ଖୋଲିଲେନି ପୋର୍ଟାଲ, ୧ମ ଶ୍ରେଣୀ ନାମଲେଖା ବନ୍ଦ : ବିରୋଧୀ

ଭୁବନେଶ୍ବର, ୨ା୧୨(ନି.ପ୍ର): ଅନ୍ୱେଷା ଯୋଜନାର ଅବଧି ଶେଷ ହେଉଛି। ଆଗକୁ ଏହା ଜାରି ରହିବ କି ନାହିଁ ତାହା ସରକାର ବିଚାର କରୁଛନ୍ତି। ଏହି ଯୋଜନାରେ ପାଣ୍ଠି ଦେବାରେ ଅବହେଳା କରାଯାଇ ନାହିଁ ବୋଲି ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଅନ୍ୟପକ୍ଷରେ ସରକାର ଏଥର ପ୍ରଥମଶ୍ରେଣୀରେ ନାମଲେଖା ପାଇଁ ଅନ୍ବେଷା ପୋର୍ଟାଲ ଖୋଲିଲେ ନାହିଁ। ୨୦୧୫ରୁ ଆରମ୍ଭ ହୋଇଥିବା ଏହି ଯୋଜନା ଚାଲିବ କି ଆଗକୁ ବନ୍ଦ ହୋଇଯିବ ସେ ନେଇ ବିରୋଧୀଦଳ ଆଶା-ଆଶଙ୍କାରେ ରହିଛନ୍ତି। ସରକାର ଏହି ଯୋଜନାକୁ ଚଳାଇବେ ନା ବନ୍ଦ କରିବେ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ମୁଲତବୀ ପ୍ରସ୍ତାବ ଉଠାଇ ଜବାବ ମାଗିବା ସହ ଶାସକ ଦଳକୁ ଘେରିଛି। ଆଦିବାସୀ ପିଲାଙ୍କ ଖାଇବା, ରହିବା ଓ ଯାତାୟାତରେ କେବେ ସଠିକ ବ୍ୟବସ୍ଥା କରିନାହାନ୍ତି ବୋଲି ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଅନ୍ବେଷା ଯୋଜନାରେ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇନଥିବାରୁ ଅନୁସୂଚିତ ଜାତି(ଏସ୍‌ସି) ଓ ଅନୁସୂଚିତ ଜନଜାତି(ଏସ୍‌ଟି) ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେବା ସରକାରଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ର ଶୀର୍ଷକ ମୁଲତବୀ ପ୍ରସ୍ତାବ କଂଗ୍ରେସ ପକ୍ଷରୁ ବିଧାନସଭାରେ ଅଣାଯାଇଛି।

ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଥିଲେ, ରାଜ୍ୟରେ ୪୦ ପ୍ରତିଶତ ଏସ୍‌ସି/ଏସ୍‌ଟି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ସେମାନଙ୍କ ଉନ୍ନତି ପାଇଁ ଅନ୍ୱେଷା ଯୋଜନା ପୂର୍ବ ସରକାର ଆଣିଥିଲେ। ପ୍ରତିବର୍ଷ ୧୭ଟି ଜିଲାରୁ ଏସସି/ଏସଟି ବର୍ଗର ଛାତ୍ରଛାତ୍ରୀ ପାଠ ପଢ଼ିବା ସୁବିଧା ରହିଛି। ଜିଲାଗୁଡ଼ିକରୁ ପାଖାପାଖି ୨୫ହଜାରରୁ ଅଧିକ ଆଦିବାସୀ ବିଦ୍ୟାର୍ଥୀ ଉନ୍ନତ ମାନର ପାଠପଢ଼ା ପାଇଁ ପ୍ରଥମ ଶ୍ରେଣୀରୁ ନାମ ଲେଖାଇଥାନ୍ତି। ୨୦୨୫-୨୬ ଶିକ୍ଷାବର୍ଷରେ ଅନ୍ବେଷା ପୋର୍ଟାଲ ଖୋଲାଗଲା ନାହିଁ କି ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା କରାଗଲା ନାହିଁ। ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଏସ୍‌ସି/ଏସ୍‌ଟି ବିଭାଗ ମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର। ହେଲେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଦୁଃଖ ବୁଝିଲେ ନାହିଁ। ସରକାର ରାବଣ ହୋଇ ଆଦିବାସୀଙ୍କ ଉପରେ ଜୁଲମ କରୁଛନ୍ତି। ସେହିପରି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ବିଭାଗୀୟ ମନ୍ତ୍ରୀ ନିଜେ ଉତ୍ତର ରଖିଛନ୍ତି ଯେ ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ଅନ୍ବେଷା ଯୋଜନା ଜାରି ରଖିବାକୁ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି।

- Advertisement -

ଯୋଜନା କାର୍ଯ୍ୟକ୍ଷମ ରହିବ ବୋଲି କାହିଁକି ସ୍ପଷ୍ଟ କରୁନାହାନ୍ତି। ଏଥିରୁ ସ୍ପଷ୍ଟ ଯେ ସରକାର ଜାଣିଶୁଣି ଷଡ଼ଯନ୍ତ୍ର କରୁଛନ୍ତି। ଅନ୍ବେଷା ଯୋଜନା ପାଇଁ ଡ୍ରପ୍‌ ଆଉଟ ହାର ୩୩.୧୨%ରୁ ୧୮.୧ ପ୍ରତିଶତକୁ ଖସିଥିଲା। କିନ୍ତୁ ରାଜ୍ୟ ସରକାର ଏହି ଯୋଜନାକୁ ବନ୍ଦ ନିଷ୍ପତ୍ତି ନେବା ଦୁର୍ଭାଗ୍ୟର କଥା। ବିଜେପି ବିଧାୟକ ରଘୁରାମ ମାଛ ବିରୋଧୀ ଦଳ ପକ୍ଷରୁ ଅନ୍ବେଷା ଯୋଜନା ବନ୍ଦ ସୁଚିନ୍ତିତ ଷଡ଼ଯନ୍ତ୍ର ଅଭିଯୋଗକୁ ନିନ୍ଦା କରି କହିଥିଲେ। ଅପରପକ୍ଷେ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଅନେକ ପ୍ରକାର କାର୍ଯ୍ୟପନ୍ଥା ହାତକୁ ନେଇଛନ୍ତି। ହଷ୍ଟେଲରେ ଆଦିବାସୀ ପିଲାଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଛନ୍ତି। ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ନୂତନ ହଷ୍ଟେଲ ନିର୍ମାଣ କରାଯାଉଛି। ସେମାନଙ୍କୁ ମାସିକ ଭତ୍ତା ଦିଆଯାଉଛି। ଆଲୋଚନାରେ ବିଧାୟକ ଦାଶରଥୀ ଗମାଙ୍ଗ, ରମେଶଚନ୍ଦ୍ର ବେହେରା, ପ୍ରଦୀପ କୁମାର ଦିଶାରୀ, ନରସିଂ ଭାତ୍ରା, ଭାଦବ ହାଁସଦା ଏବଂ ରୁପୁ ଭାତ୍ରା ଅଂଶଗ୍ରହଣ କରିଥିଲେ।

ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟର ୧୭ଟି ଜିଲାରେ ଅନ୍ବେଷା ଯୋଜନା କାର୍ଯ୍ୟକାରୀ ହେଉଛି। ୧୬୩ଟି ବିଦ୍ୟାଳୟରେ ୨୦,୪୭୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୨୦୨୫-୨୬ ବର୍ଷରେ ୧୫୮କୋଟି ୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଯାବତ ଜିଲା ପ୍ରଶାସନକୁ ୧୦୫ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଗାମୀ ୫ବର୍ଷ ପାଇଁ ଅନ୍ୱେଷା ଯୋଜନା ଚାଲୁ ରଖିବାକୁ ବିଭାଗ ପାଖରେ ପ୍ରସ୍ତାବ ବିଚାରାଧୀନ ରହିଛି। ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କ ପ୍ରି-ମାଟ୍ରିକ୍ ମେଧାବୃତ୍ତି ବୃଦ୍ଧି ହୋଇଛି। ବାଳକଙ୍କ ପାଇଁ ୧୦,୫୦୦ ଟଙ୍କାରୁ ୧୬ହଜାର ଏବଂ ବାଳିକାଙ୍କ ନିମନ୍ତେ ୧୧ହଜାରରୁ ୧୭ ହଜାର ଟଙ୍କା କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରତିଶତ ବୃଦ୍ଧି ପାଇଛି। ୨୦୨୩-୨୪ରେ ୪ଲକ୍ଷ ୩୪ହଜାର ୧୧୨ଜଣ ନାମ ଲେଖାଇ ଥିବାବେଳେ ୨୦୨୪-୨୫ରେ ୪ଲକ୍ଷ ୩୬ ହଜାର ୭୯୭ଜଣ ଏବଂ ୨୦୨୫-୨୬ରେ ୪ଲକ୍ଷ ୩୮ ହଜାର ୨୩୮ଜଣ ନାମ ଲେଖାଇଛନ୍ତି। ପରେ ମୁଲତବୀ ପ୍ରସ୍ତାବଟି ଗୃହରେ କାଟ ଖାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories