www.samajalive.in
Sunday, December 7, 2025
23.1 C
Bhubaneswar

ପୁଲିସ ଏସ୍‌ଆଇ ପରୀକ୍ଷା ଦୁର୍ନୀତି; ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଯୁବଛାତ୍ର କାନ୍ତି ସେନା

ଭୁବନେଶ୍ୱର,୬ା୧୦(ନି.ପ୍ର): ପୁଲିସ ଏସ୍‌ଆଇ ପରୀକ୍ଷା ଅନିୟମିତତା ପ୍ରତିବାଦରେ ଯୁବ ଛାତ୍ର କାନ୍ତି ସେନା ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଆବାହକ ପାର୍ଥସାରଥି ମୁଦୁଲିଙ୍କ ଆବାହକତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ଦର୍ଶାଯାଇଛି ଯେ, ରାଜ୍ୟରେ ପୁଲିସ ଏସ୍‌ଆଇ, ଅମିନ, ଆରଆଇ ପରୀକ୍ଷା ଓଟିଇଟି ଓ ଏଏସ୍‌ଓ ପରୀକ୍ଷା ଦୁର୍ନୀତିର ସିବିଆଇ ତଦନ୍ତ ହେବା ଦରକାର। ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରଭାବଶାଳୀ ଅଫିସର ଓ ରାଜନେତାଙ୍କ ସମ୍ପୃକ୍ତି ରହିଛି। ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ ୯୩୩ଟି ପଦବୀ ପୂରଣ ଦାୟିତ୍ବ ୩ରୁ ୪ଟି ପର୍ଯ୍ୟାୟରେ ଘରୋଇ ସଂସ୍ଥାକୁ ଦାୟିତ୍ବ ଦେବା ପଛରେ କେଉଁମାନଙ୍କର ସମ୍ପୃକ୍ତି ରହିଛି। ଏସବୁ ପରୀକ୍ଷାର ସିବିଆଇ ତଦନ୍ତ ହେଲେ ବହୁ ନେତାଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ଲୋକଲୋଚନକୁ ଆସିପାରିବ ବୋଲି ଶ୍ରୀ ମୁଦୁଲି ଦାବି କରିଛନ୍ତି। ସମ୍ମିଳନୀରେ ମୁଖପାତ୍ର କ୍ଷିତୀଶ ଚନ୍ଦ୍ର ବାରିକ ଓ ଛାତ୍ର ସଂଗଠକ ଆଦର୍ଶ ସେନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories