OMC 1 banner

ଜେଲରୁ ବାହାରିବା ପରେ ରୋଡ୍‌ ଶୋ’ କଲେ ଗଣଦୁଷ୍କର୍ମ ଅଭିଯୁକ୍ତ, ପୁଣି ବାନ୍ଧିଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ଜେଲରୁ ମୁକୁଳିବା ପରେ ରୋଡ୍‌ ଶୋ’ କରି ଖୁସି ମନାଇଲେ ଗଣଦୁଷ୍କର୍ମ ଅଭିଯୁକ୍ତ। ଯାହା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ୪ ଅଭିଯୁକ୍ତଙ୍କୁ ପୁନର୍ବାର ଗିରଫ କରିଛି।

ସୂଚନା ଅନୁସାରେ କର୍ଣ୍ଣାଟକର ହଙ୍ଗଲ ଅଞ୍ଚଳରେ ୨୦୨୪ ଜାନୁୟାରୀରେ ଜଣେ ୨୬ ବର୍ଷୀୟୀ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା। ଏହି ଘଟଣାରେ ପୁଲିସ ୧୯ ଜଣଙ୍କୁ ଗିରଫ କରିଥିଲା। ୧୦ ମାସ ତଳେ ୧୨ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା। ଅନ୍ୟ ୭ ଅଭିଯୁକ୍ତଙ୍କୁ ଗତ ୨୦ ତାରିଖରେ ଜାମିନ ମିଳିଥିଲା। ଏହା ପରେ ସେମାନେ ଜେଲରୁ ବାହାରିଥିଲେ। ଜେଲରୁ ବାହାରିବାର ଖୁସି ମନାଇବା ଲାଗି ଅଭିଯୁକ୍ତମାନେ କାର ଏବଂ ବାଇକରେ ରୋଡ୍‌ ଶୋ’ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ ନିଜ ଆଡୁ ବିଭିନ୍ନ ଦଫାରେ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମା​‌ନେ ହେଲେ ସାମିଉଲ୍ଲା ଲାଲାନଭର, ମହମ୍ମଦ ସାଦିକ ଅଗାସିମାନ, ଶୋଏବ ମୁଲ୍ଲା ଏବଂ ରିୟାଜ ସାଭିକେରି। ଅନ୍ୟ ୩ ଅଭିଯୁକ୍ତ ଫେରାର ଥିବାବେଳେ ପୁଲିସ ସେମାନଙ୍କୁ ଖୋଜୁଛି।

Comments are closed.