ମାଓ ଦମନ କାର୍ଯ୍ୟକ୍ରମ ସନ୍ତୋଷଜନକ – ପୁଲିସ ମହାନିର୍ଦ୍ଦେଶକ

ଭବାନୀପାଟଣା: ପୁଲିସ ଡିଜି ୱାଇ ବି ଖୁରାନିଆ ଆଜି କଳାହାଣ୍ଡି ଗସ୍ତରେ ଆସି ମାଓ ଉପଦ୍ରୁତ ଅଞ୍ଚଳର ଏକ ସିଆରଫିଏଫ ଶିବିର ପରିଦର୍ଶନ କରିଥିଲେ। ପରେ ସ୍ଥାନୀୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ସହିତ ଆଲୋଚନା ବେଳେ କଳାହାଣ୍ଡିରେ ମାଓ ଦମନ କାର୍ଯ୍ୟକ୍ରମର ସମୀକ୍ଷା କରି ଏହା ସନ୍ତୋଷଜନକ ଥିବା କହିଥିଲେ। ଛତିଶଗଡ ଏବଂ ଓଡ଼ିଶା ପୋଲିସର ମିଳିତ ଉଦ୍ୟମରେ ମାଓ ଅପରେସନ କରାଯାଇ ସଫଳତା ହାସଲ ହେଇଥିବା ସେ ସୂଚନା ଦେଇଥିଲେ। ପରେ ସେ ନୂଆପଡ଼ା ଅଭିମୁଖେ ଗସ୍ତ କରିଥିଲେ।

Comments are closed.