www.samajalive.in
Sunday, December 7, 2025
23.1 C
Bhubaneswar

ପୁଲିସ କମିଶନରଙ୍କ ମିଛ ଫେସବୁକ ଆକାଉଣ୍ଟରୁ ପଇସା ମାଗୁଛି ଠକ, ସତର୍କ କରାଇଲେ ନିଜେ କମିଶନର

ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଯେତିକି ସଜାଗ ଓ ସଚେତନ କରୁଛି, ତା ଠାରୁ ଅଧିକ ଅଡୁଆ ମଧ୍ୟ ସୃଷ୍ଟି କରୁଛି। ଯଦିଓ ଅନ୍ୟ ଲୋକର ନାଁ, ପଦବୀ କିମ୍ବା ଫଟୋ ବ୍ୟବହାର କରି ପଇସା ମାଗିବା ଭଳି ଘଟଣା କିଛି ନୂଆ ନୁହେଁ କିନ୍ତୁ ଜଣେ ନିଷ୍ଠାବାନ ଓ ଦକ୍ଷ ପୁଲିସ ଅଫିସରଙ୍କ ଫଟୋ ବ୍ୟବହାର କରି ଅନ୍ୟ ଫେସବୁକ ବ୍ୟବହାରକାରୀଙ୍କ ନିକଟକୁ ପଇସା ପଠାଇବା ପାଇଁ ମେସେଜ ଦେବା ଘଟଣା ଜଣାପଡିବା ପରେ ସାଧାରଣ ଲୋକ ମଧ୍ୟ ଅସହଜ ମନେ କରୁଛନ୍ତି।

ସୂଚନା ଅନୁଯାୟୀ ରାଜ୍ୟର ଜଣେ ଦକ୍ଷ ପୁଲିସ ଅଫିସର ଭାବେ ଜଣାଶୁଣା ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଫଟୋ ବ୍ୟବହାର କରି ଜଣେ ଦଲାଲ ଅନ୍ୟମାନଙ୍କୁ ପଇସା ମାଗିବା ଆରମ୍ଭ କରିଛି। ସେହି ମିଛ ଫେସବୁକ ଆକାଉଣ୍ଟ ଖୋଲି ଏଭଳି ପଇସା ମାଗିବା ଘଟଣା ଘଟାଇଥିବା ବ୍ୟକ୍ତିର ପରିଚୟ ଯଦିଓ ସ୍ପଷ୍ଟ ଭାବେ ଜଣାପଡିନାହିଁ କିନ୍ତୁ ଖୋଦ ପୁଲିସ କମିଶନର ନିଜେ ଫେସବୁକ ମାଧ୍ୟମରେ ଏଭଳି ମେସେଜ ପଠାଇ ଅର୍ଥ ଆଦାୟ କରିବାକୁ ଚେଷ୍ଟା କରୁଥିବା ଲୋକଠାରୁ ସତର୍କ ରହିବାକୁ କହିଛନ୍ତି।

- Advertisement -

ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜ ପ୍ରକୃତ ଫେସବୁକ ଆକାଉଣ୍ଟରେ ଏ ନେଇ ଅକ୍ଟୋବର ୧୧ରେ ଏକ ମେସେଜ ମାଧ୍ୟମରେ ଅନ୍ୟମାନଙ୍କୁ ସଚେତନ କରାଇଛନ୍ତି। ସେ ଲେଖିଛନ୍ତି, ‘ମୋ ଫଟୋ ବ୍ୟବହାର କରି କୌଣସି ଫେସବୁକ ଆକାଉଣ୍ଟରୁ କୌଣସି ମେସେଜ କିମ୍ବା କେହି ଟଙ୍କା ପାଇଁ ଅନୁରୋଧ କଲେ ଦୟାକରି ଜବାବ ଦିଅନ୍ତୁ ନାହିଁ କାରଣ ତାହା ମୋର ଆକାଉଣ୍ଟ ନୁହେଁ ଏବଂ ମୋ ପକ୍ଷରୁ କୌଣସି ବାର୍ତ୍ତା ନୁହେଁ।’ ଓଡିଶା ଏବଂ ଓଡିଶା ବାହାରେ ଶ୍ରୀ ଷଡ଼ଙ୍ଗୀଙ୍କର ଅନେକ ସୁନାମ ରହିଛି ତେଣୁ ସେ ଏଭଳି ଟଙ୍କା ମାଗିବେ ନାହିଁ ବୋଲି ସମସ୍ତଙ୍କୁ ଜଣାଅଛି କିନ୍ତୁ ସମ୍ପୃକ୍ତ ଦଲାଲକୁ ଯଥାଶୀଘ୍ର ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories