www.samajalive.in
Sunday, December 7, 2025
16.1 C
Bhubaneswar

ସୌଭାଗ୍ୟ ପୋର୍ଟାଲ ; ୧୨.୯୬ ଲକ୍ଷଙ୍କୁ ବିଦ୍ୟୁତ୍‍ ସଂଯୋଗ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର୍‍ ଘର ଯୋଜନା ‘ସୌଭାଗ୍ୟ’ ଅଧୀନରେ ବିୁଦ୍ୟତ ସଂଯୋଗ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଢେର ଆଗରେ ରହିଛି। ସୌଭାଗ୍ୟ ପୋର୍ଟାଲରେ ଓଡ଼ିଶାରେ ୧୨.୯୬ ଲକ୍ଷ ବିଦ୍ୟୁତ୍‍ ସଂଯୋଗ ଦିଆଯାଇଛି। ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିପାରିଛି।
ଏହି ଯୋଜନା ମିଳିତ ଭାବେ ଡିସକମ୍‍, ଏନଟିପିସି, ପାୱାରଗ୍ରିଡ଼ ଏବଂ ଓପିଟିସିଏଲ୍‍ ଦ୍ୱାରା ପରିଚାଳିତ ହେଉଛି। ଆଗାମୀ ଦିନରେ ୧୦.୨୩ ଲକ୍ଷ ପରିବାରକୁ ‘ସୌଭାଗ୍ୟ’ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହାଦ୍ୱାରା ଓଡ଼ିଶାର ୯୦ ପ୍ରତିଶତ ପରିବାରକୁ ବିଦ୍ୟୁତ୍‍ ସଂଯୋଗ ଯୋଗାଇ ଦିଆଯାଇପାରିିବ। ରାଜ୍ୟର ପୁରୀ ଜିଲାରେ ୪୦ ହଜାର ପରିବାରକୁ ଏହି ଯୋଜନାରେ ସାମିଲ୍‍ ହୋଇଛନ୍ତି। ସେଥିମଧ୍ୟରୁ ୮୦ ପରିବାର ପୂର୍ବରୁ ବିଦ୍ୟୁତ୍‍ ସଂଯୋଗ ହାସଲ କରିଥିବାବେଳେ ୭୧ ପରିବାରକୁ ନୂତନ ସଂଯୋଗ ଦିଆଯାଇଛି। ଏହାଦ୍ୱାରା ଗରିବ ପରିବାରଙ୍କ ଜୀବନରେ ଏକ ନୂତନ ଧାରା ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ଗରିବ ଲୋକେ ବେଶ ଉପକୃତ ହୋଇପାରିଛନ୍ତି।
ସୂଚନାଯୋଗ୍ୟ ‘ସୌଭାଗ୍ୟ’ ଯୋଜନାରେ ଏପିଏଲ୍‍ ଏବଂ ଗରିବ ଲୋକଙ୍କ ଘରକୁ ମାଗଣାରେ ବିଦ୍ୟୁତ୍‍ ସଂଯୋଗ ଦିଆଯାଉଛି। ଏହି ଯୋଜନା ଉଭୟ ସହରାଞ୍ଚଳ ଏବଂ ଗ୍ରାମୀଣ ଅଞ୍ଚଳରେ ଉପଲବ୍ଧ ହେଉଛି। ଏହାଦ୍ୱାରା ଦେଶର ୪ କୋଟି ପରିବାରକୁ ୨୦୧୮ ଡିସେମ୍ବର ସୁଦ୍ଧା ବିଦ୍ୟୁତ୍‍ ସଂଯୋଗ ଯୋଗାଇ ଦିଆଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ସୌଭାଗ୍ୟ ଯୋଜନା ଅନ୍ତର୍ଗତ ରୁରାଲ ଇଲେକ୍ଟ୍ରିଫିକେସନ୍‍ କର୍ପୋରେସନ (ଆରଇସି) ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ଏନେଇ ସୌଭାଗ୍ୟର ୱେବ୍‍ ପୋର୍ଟାଲ କାର୍ଯ୍ୟ କରୁଛି।
ସୌଭାଗ୍ୟ ଯୋଜନା ଅନ୍ତର୍ଗତ ଗ୍ରାମ ତଥା ଏକାଧିକ ଗ୍ରାମଗୁଡ଼ିକରେ ଶିବିର ଆୟୋଜିତ କରାଯାଇ ୱେବ୍‍ପୋର୍ଟାଲରେ ହିତାଧିକାରୀଙ୍କ ନାମ, ଠିକଣା ଏବଂ ପରିଚୟ ପ୍ରମାଣ( ଆଧାର, ମୋବାଇଲ ନମ୍ବର, ବ୍ୟାଙ୍କ ଆକାଉଣ୍ଟ୍‍, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟପତ୍ର ଆଦିକୁ ଅନ୍ତର୍ଭୁକ୍ତ କରାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories