www.samajalive.in
Monday, December 8, 2025
14.1 C
Bhubaneswar

ଭାରତ କୁପୋଷଣ ବିରୋଧରେ ଶକ୍ତିଶାଳୀ ଲଢେଇ ଲଢୁଛି – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କରୋନା ମହାମାରୀ ସମୟରେ ଭାରତ କୁପୋଷଣ ବିରୋଧରେ ଶକ୍ତିଶାଳୀ ଲଢେଇ ଲଢୁଛି। ଶୁକ୍ରବାର ଖାଦ୍ୟ ଓ କୃଷି ସଂଗଠନର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ୭୫ ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚନ କରିବା ଅବସରରେ ୧୭ଟି କିସମର ଜୈବ ସମୃଦ୍ଧ ଫସଲର ବିହନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ବିଶ୍ୱବ୍ୟାପୀ ପୁଷ୍ଟିହୀନତା ଦୂର କରିବା କାର୍ଯ୍ୟରେ ନିରନ୍ତର ନିୟୋଜିତ ଥିବା ଲୋକମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆମର କୃଷକ ସାଥୀ, ଅନ୍ନଦାତା, କୃଷି ବୈଜ୍ଞାନିକ ଏବଂ ଅଙ୍ଗନବାଡି ଆଶାକର୍ମୀ ଦେଶରେ କୁପୋଷଣ ଓ ପୁଷ୍ଟିହୀନତା ବିରୋଧରେ ଚାଲିଥିବା ଆନ୍ଦୋଳନର ଭିତ୍ତି ପାଲଟିଛନ୍ତି। ସେମାନେ ନିଜର କଠୋର ପରିଶ୍ରମ ବଳରେ ଭାରତର ଶସ୍ୟ ଭଣ୍ଡାରକୁ ପୂରଣ କରିବା ସହିତ ଦରିଦ୍ରରୁ ଦରିଦ୍ରତମ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସରକାରଙ୍କୁ ସାହାଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଗତ ବର୍ଷଗୁଡିକରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତ ସମେତ ସାରା ପୃଥିବୀରେ କୃଷି ଉତ୍ପାଦନ ବୃଦ୍ଧି ଏବଂ କ୍ଷୁଧା ଦୂରୀକରଣରେ ବଡ଼ ଭୂମିକା ନିର୍ବାହ କରିଛି। ସେ କହିଛନ୍ତି ଚଳିତ ବର୍ଷ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି ଏବଂ ଏହା ଏଫ୍‌ଏଓର ଏକ ବୃହତ୍‌ ସଫଳତା। ସେ କହିଛନ୍ତି ଏହି ସଂଗଠନ ସହ ଭାରତର ସଂପର୍କ ଐତିହାସିକ ଏବଂ ଅଂଶୀଦାରୀ ଭିତ୍ତିରେ ଏହାସହ କାମ କରି ଭାରତ ଖୁସୀ।

- Advertisement -

ଏପିଏମ୍‌ସି ଆଇନର ସଂଶୋଧନ ସଂପର୍କରେ ପ୍ରଧାନମନ୍ତ୍ରୀ ଅଧିକ ସୂଚନା ଦେବା ଅବସରରେ କହିଥିଲେ ଯେ ଯେତେବେଳେ ଚାଷୀ କୌଣସି ଘରୋଇ କଂପାନୀ ବା ଉଦ୍ୟୋଗ ସହ ଫସଲ ଚାଷ ଓ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ନେଇ କିଛି ରାଜିନାମା କରିବ ସେତେବେଳେ ଫସଲ ବୁଣିବା ପୂର୍ବରୁ ଏହାର ମୂଲ୍ୟ କେତେ ରହିବ ତାହା ଚୂଡାନ୍ତ ହେବ। ଏହା ଫଳରେ ଉତ୍ପାଦିତ ଫସଲର ମୂଲ୍ୟ ହ୍ରାସ ବୃଦ୍ଧିର ଅସ୍ଥିରତା ରହିବ ନାହିଁ ଏବଂ ଚୁକ୍ତି ଅନୁସାରେ ଚାଷୀ ଫସଲ ବିକିପାରିବ। ନୂଆ ବ୍ୟବସ୍ଥାରେ କୃଷି କାର୍ଯ୍ୟରେ ନୂତନ ଟେକ୍‌ନୋଲଜି ବ୍ୟବହାର ପାଇଁ ଚାଷୀମାନେ ମଧ୍ୟ ଉତ୍ସାହିତ ହେବେ। ନୂଆ କୃଷି ନୀତି ଚାଷୀଙ୍କୁ ଆଇନଗତ ସୁରକ୍ଷା ଦେବା ସହ ଆହୁରି ଅନେକ ବିକଳ୍ପ ପ୍ରଦାନ କରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ଜଣେ ଚାଷୀ କୌଣସି କାରଣରୁ ଚୁକ୍ତି ଭାଙ୍ଗିବାକୁ ଚାହେଁ, ସେଥିପାଇଁ ତାକୁ କୌଣସି ଜୋରିମାନା ଦେବାକୁ ପଡିବ ନାହିଁ; କିନ୍ତୁ ଯେଉଁ ସଂସ୍ଥା ଚାଷୀଙ୍କ ସହ କରିଥିବା ବୁଝାମଣା ବା ଚୁକ୍ତିକୁ ଉଲ୍ଲଂଘନ କରିବ ବା ସେଥିରୁ ଓହରିଯିବ ତାକୁ ଜୋରିମାନା ଦେବାକୁ ପଡିବ। ସେ କହିଛନ୍ତି ଚାଷୀ ଓ ପକ୍ଷଙ୍କ ମଧ୍ୟରେ ଯେଉଁ ରାଜିନାମା ହେବ ତାହା କେବଳ ଉତ୍ପାଦିତ ଫସଲକୁ ନେଇ ହେବ। ଏଥିରେ ଚାଷୀର ଜମି ଜମା ସଂକ୍ରାନ୍ତ କୌଣସି କଥା ରହିବ ନାହିଁ। ଏହି ସଂସ୍କାରିତ ବ୍ୟବସ୍ଥା ଦ୍ୱାରା ଚାଷୀମାନଙ୍କୁ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ ଭାରତୀୟ ଚାଷୀମାନେ ଯେତେବେଳେ ମଜଭୁତ ହେବେ ସେତେବେଳେ ସେମାନଙ୍କର ଆୟ ବଢିବ ଏବଂ ସେମାନଙ୍କ ଆୟ ବଢିଲେ କୁପୋଷଣ ବିରୋଧୀ ଅଭିଯାନ ସମାନଭାବେ ଶକ୍ତିଶାଳୀ ହେବ। ଏଫ୍‌ଏଓ ଏବଂ ଭାରତ ମଧ୍ୟରେ ପରିବର୍ତ୍ତିତ ସହଯୋଗ ଓ ସମନ୍ୱୟ ଏହି ଅଭିଯାନକୁ ଅଧିକ ବେଗଗାମୀ କରାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories