www.samajalive.in
Tuesday, December 9, 2025
15.1 C
Bhubaneswar

ଆଜି ମୋଦୀଙ୍କ ବାରାଣସୀ ଗସ୍ତ : ୧୨ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ କରିବେ ଉଦ୍‍ଘାଟନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରାଣସୀଠାରେ ୧୨ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଉଦ୍‍ଘାଟନ
କରିବେ। ପ୍ରଧାନମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀରେ ଆଜି ଦିନ ବ୍ୟାପି କାର୍ଯ୍ୟକ୍ରମରେ ବିଭିନ୍ନ ସଭାସମିତିରେ ମଧ୍ୟ ଯୋଗଦେବେ।

ସେ ଶ୍ରୀ ଜଗଦ୍‍ଗୁରୁ ବିଶ୍ୱ ଆରାଧ୍ୟ ଗୁରୁକୁଳର ଶତବାର୍ଷିକ ସମାରୋହ ଉଦ୍‍ଯାପନ ଉତ୍ସବରେ ମଧ୍ୟ ଅଂଶ ଗ୍ରହଣ କରିବେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଏକ ବୈଦିକ ଗବେଷଣା କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‍ଘାଟିତ ହେବ। ଏହାଛଡ଼ା ପ୍ରଧାନମନ୍ତ୍ରୀ ପଣ୍ଡିତ ଦୀନଦୟାଲ
ଉପାଧ୍ୟାୟ ସ୍ମୃତି କେନ୍ଦ୍ରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ପଣ୍ଡିତ ଉପାଧ୍ୟାୟଙ୍କ ୬୩ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମାର ଅନାବରଣ କରିବେ।
ଏହାଛଡ଼ା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ତକଳା ସଂକୁଳଠାରେ ଆୟୋଜିତ ଦୁଇଦିନିଆ ‘କାଶୀ ଏକ ରୂପ ଅନେକ’ ନାମରେ ଏକ ଦୁଇଦିନିଆ ପ୍ରଦର୍ଶିନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଶରେ ଉତ୍ପାଦିତ ହେଉଥିବା ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀକୁ ସିଧାସଳଖ ଆନ୍ତର୍ଜାତିକ ବଜାରକୁ ପଠାଇବା ପାଇଁ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories