www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡ ବିରୋଧୀ ଲଢେଇରେ ସ୍ବାସ୍ଥ୍ୟସେବା ଜଗତ ଓ ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟ ପ୍ରଶଂସନୀୟ : ପ୍ରଧାନମନ୍ତ୍ରୀ

-କୋଭିଡର ଦ୍ବିତୀୟ ଲହରୀ ସମୟରେ ଏହି ଅଭୂତପୂର୍ଣ୍ଣ ପରିସ୍ଥିତି ବିରୋଧରେ ଉଲ୍ଲେଖନୀୟ ସଂଘର୍ଷ କରୁଥିବା ଦେଶର ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

-ଦେଶର ସମସ୍ତ ତହସିଲ ଓ ଜିଲ୍ଲାକୁ ଟେଲି ମେଡ଼ିସିନ ସେବା ପହଞ୍ଚାଇବା ଅତ୍ୟନ୍ତ ଜରୁରୀ : ପ୍ରଧାନମନ୍ତ୍ରୀ
-ଅଗ୍ରଣୀ ଯୋଦ୍ଧାମାନଙ୍କୁ ପ୍ରଥମେ ଟିକାକରଣ କରାଇବାର ରଣନୀତି ଦ୍ବିତୀୟ ଲହରୀ ସମୟରେ ଲାଭଜନକ ଫଳାଫଳ ପ୍ରଦାନ କରିଛି : ପ୍ରଧାନମନ୍ତ୍ରୀ
-ଏସଓପି ଅନୁଯାୟୀ ଘରେ ରହୁଥିବା ରୋଗୀଙ୍କ ଚିକିତ୍ସା ଜରୁରି : ପ୍ରଧାନମନ୍ତ୍ରୀ
-ଶାରୀରିକ ଯତ୍ନ ସହିତ ମାନସିକ ଯତ୍ନ ମଧ୍ୟ ଗୁରୁତ୍ବପୂର୍ଣ୍ଣ : ପ୍ରଧାନମନ୍ତ୍ରୀ

- Advertisement -

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ ସଂକ୍ରାନ୍ତ ପରିସ୍ଥିତି ସମ୍ପର୍କରେ ଆଜି ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତରମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି।
କୋଭିଡର ଦ୍ବିତୀୟ ଲହରୀ ସମୟରେ ଦେଖାଦେଇଥିବା ଅଭୂତପୂର୍ବ ପରିସ୍ଥିତି ବିରୋଧରେ ଲଢ଼େଇ କରି ଉଲ୍ଲେଖନୀୟ ଉଦାହରଣ ପ୍ରସ୍ତୁତ କରିଥିବାରୁ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟସେବା ଜଗତ ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସେ କହିଥିଲେ ଯେ ଆଜି ସାରା ଦେଶ ସେମାନଙ୍କ ନିକଟରେ ଋଣୀ ହୋଇ ରହିଛି । ରେକର୍ଡ ସମୟ ମଧ୍ୟରେ ନମୁନା ପରୀକ୍ଷା, ଔଷଧ ଯୋଗାଣ କିମ୍ବା ନୂତନ ଭିତ୍ତିଭୂମି ନିର୍ମାଣ ହେଉ, ଏସବୁ କାର୍ୟ୍ୟ ଦ୍ରୁତ ବେଗରେ କାର୍ୟ୍ୟକାରୀ କରାଯାଉଛି । ଅକ୍ସିଜେନ ଉତ୍ପାଦନ ଏବଂ ଯୋଗାଣ କ୍ଷେତ୍ରରେ ରହିଥିବା ସମସ୍ୟା ଦୂର କରାଯାଉଛି । ଏମବିବିଏସ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କୋଭିଡ ଚିକିତ୍ସାରେ ନିୟୋଜିତ କରିବା ଏବଂ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଅତିରିକ୍ତ ସହାୟତା ଯୋଗାଇ ଦେବା ଆଦି ମାନବ ସମ୍ବଳ ବୃଦ୍ଧି ପାଇଁ ଦେଶରେ ପଦକ୍ଷେପ ଗ୍ରହଣ କରାଯାଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଗ୍ରଣୀ ଯୋଦ୍ଧାମାନଙ୍କୁ ପ୍ରଥମେ ଟିକାକରଣ କରାଇବାର ରଣନୀତି ଦ୍ବିତୀୟ ଲହରୀ ସମୟରେ ଉତ୍ତମ ଫଳାଫଳ ପ୍ରଦାନ କରିଛି । ଦେଶରେ ପାଖାପାଖି ୯୦ ପ୍ରତିଶତ ସ୍ବାସ୍ଥ୍ୟସେବା ପେସାଦାର ପ୍ରଥମ ପାନ ଟିକା ନେଇସାରିଛନ୍ତି । ଟିକା ଅଧିକାଂଶ ଡାକ୍ତରଙ୍କ ନିରାପତ୍ତା ସୁନିଶ୍ଚିତ କରିଛି।
ଦୈନିକ କାର୍ୟ୍ୟରେ ଅକ୍ସିଜେନ ଅଡିଟ୍ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ। ଅଧିକାଂଶ ସଂଖ୍ୟକ ରୋଗୀ ଏବେ ‘ଗୃହ ସଙ୍ଗରୋଧ’ରେ ରହୁଥିବା ଉଲ୍ଲେଖ କରି ସେ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ ଯେ ଘରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏସଓପି ଅନୁଯାୟୀ ସ୍ବାସ୍ଥ୍ୟସେବା ଦିଆଯିବା ଆବଶ୍ୟକ । ସେ କହିଥିଲେ ଯେ ଟେଲିମେଡ଼ିସିନ ସେବା ଗୃହ ସଙ୍ଗରୋଧରେ ରହୁଥିବା ରୋଗୀଙ୍କ କ୍ଷେତ୍ରରେ ଏକ ବଡ଼ ଭୂମିକା ନିର୍ବାହ କରିଛି ଏବଂ ଏହି ସେବା ଗ୍ରାମାଞ୍ଚଳ କ୍ଷେତ୍ରକୁ ମଧ୍ୟ ସମ୍ପ୍ରସାରିତ ହେବା ଆବଶ୍ୟକ। ଗ୍ରାମାଞ୍ଚଳରେ ଦଳଗତ ହୋଇ ଟେଲିମେଡ଼ିସିନ ସେବା ଯୋଗାଇ ଦେଉଥିବା ଡାକ୍ତରମାନଙ୍କୁ ସେ ପ୍ରଶଂସା କରିଥିଲେ। ସେ ବିଭିନ୍ନ ରାଜ୍ୟର ଡାକ୍ତରମାନଙ୍କୁ ଅନୁରୋଧ କରି କହିଥିଲେ ଯେ ସେମାନେ ସେହିପରି ଦଳ ଗଠନ କରନ୍ତୁ, ଶେଷ ବର୍ଷର ଏମବିବିଏସ ଡାକ୍ତରୀ ଛାତ୍ର ଓ ଏମବିବିଏସ ଇଣ୍ଟର୍ଣ୍ଣମାନଙ୍କୁ ପ୍ରଶିକ୍ଷିତ କରନ୍ତୁ। ଯାହାଫଳରେ ଦେଶର ସମସ୍ତ ତହସିଲ ଓ ଜିଲ୍ଲାରେ ଟେଲି ମେଡ଼ିସିନ ସେବା ସୁନିଶ୍ଚିତ କରିବା ଲାଗି କାମ ଆରମ୍ଭ ହୋଇପାରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ମ୍ୟୁକୋରମିକୋସିସ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ କହିଥିଲେ ଯେ ଏ ଦିଗରେ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ଏବଂ ଏ ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଡାକ୍ତରମାନେ ଅତିରିକ୍ତ ପ୍ରୟାସ କରିବା ଆବଶ୍ୟକ । ଆହୁରି ସେ ଶାରୀରିକ ଯତ୍ନ ସହିତ ମାନସିକ ଯତ୍ନ ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ । ସେ କହିଥିଲେ ଯେ ଏହି ଭୂତାଣୁ ବିରୋଧରେ ଦୀର୍ଘ ଲଢ଼େଇ ନିଶ୍ଚିତ ଭାବେ ସ୍ବାସ୍ଥ୍ୟସେବା ଜଗତ ପାଇଁ ଆହ୍ବାନପୂର୍ଣ୍ଣ ହୋଇଛି, କିନ୍ତୁ ନାଗରିକମାନଙ୍କର ବିଶ୍ବାସର ଶକ୍ତି ଏ ଲଢ଼େଇରେ ସେମାନଙ୍କ ସହ ରହିଛି।
ଏହି ଆଲୋଚନା ସମୟରେ, ଡାକ୍ତରମାନେ ସଂକ୍ରମଣ ବୃଦ୍ଧି ପାଇବା ସମୟରେ ମାର୍ଗଦର୍ଶନ ଓ ନେତୃତ୍ବ ପାଇଁ ଧନ୍ୟବାଦ ଜଣାଇଥିଲେ। ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣରେ ପ୍ରାଥମିକତା ଦେଇଥିବାରୁ ଡାକ୍ତରମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । କୋଭିଡର ପ୍ରଥମ ଲହରୀ ପରଠାରୁ ସେମାନେ କରିଥିବା ପ୍ରସ୍ତୁତି ଏବଂ ଦ୍ବିତୀୟ ଲହରୀ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ଗୁଡ଼ିକ ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଡାକ୍ତରମାନେ ସେମାନଙ୍କର ଅଭିଜ୍ଞତା, ଶ୍ରେଷ୍ଠ ପ୍ରଚଳନ ଓ ଅଭିନବ ପ୍ରୟାସ ବିଷୟରେ କହିଥିଲେ। ସେମାନେ ସୂଚନା ଦେଇଥିଲେ ଯେ କୋଭିଡ ମୁକାବିଲା ସମୟରେ ଅଣକୋଭିଡ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ। ଔଷଧର ଅନୁପଯୁକ୍ତ ବ୍ୟବହାର ସମ୍ପର୍କରେ ସତର୍କ କରାଇବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଦିଗରେ ରହିଥିବା ଅଭିଜ୍ଞତା ସମ୍ପର୍କରେ ସେମାନେ କହିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories