www.samajalive.in
Sunday, December 7, 2025
14.1 C
Bhubaneswar

ବ୍ୟବସାୟ କ୍ଷେତ୍ରକୁ ସହାୟତା ପ୍ରଦାନ କରିବେ ସରକାର

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସକାଶେ ଅର୍ଥନୈତିକ କ୍ଷେତ୍ର, ଢାଞ୍ଚାଗତ ଓ କଲ୍ୟାଣମୂଳକ ପଦକ୍ଷେପ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ହୋଇଥିବା ଏହି ବୈଠକରେ ମୋଦୀ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଓ କୃଷକମାନଙ୍କୁ ସହାୟତା ପ୍ରଦାନ, ନଗଦ କାରବାର ବୃଦ୍ଧି ଓ ଋଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। କୋଭିଡ୍‍-୧୯ ପରିପ୍ରେକ୍ଷୀରେ ଦେଶରେ ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରିବାପାଇଁ ଆବଶ୍ୟକ ପଦକ୍ଷେପ ଏବଂ ବ୍ୟବସାୟ କ୍ଷେତ୍ର ଏହି ପରିସ୍ଥିତିରୁ ଯେପରି ଶୀଘ୍ର ମୁକ୍ତ ହୋଇପାରିବ, ତାହାର ମାର୍ଗ ନିର୍ଦ୍ଧାରଣ ଉପରେ ପ୍ରଧାନମନ୍ତ୍ରୀ ବୈଠକରେ ଆଲୋଚନା କରିଛନ୍ତି।

କୋଭିଡ୍‍-୧୯ ଯୋଗୁଁ ଏବେ ଦେଶର ଶ୍ରମିକ ଓ ସାଧାରଣ ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେଥିରୁ ମୁକୁଳିବା ସକାଶେ ବ୍ୟବସାୟ କ୍ଷେତ୍ରକୁ ସହାୟତା ପ୍ରଦାନ କରି ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଯେଉଁସବୁ କ୍ଷେତ୍ରରେ ପୂର୍ବରୁ ଢାଞ୍ଚାଗତ ସଂସ୍କାର ଅଣାଯାଇଥିଲା, ସେହିସବୁ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହିତ କର୍ପୋରେଟ୍‍ ପ୍ରଶାସନ, ପୁଞ୍ଜି ବଜାର ଓ ଭିତ୍ତିଭୂମି କ୍ଷେତ୍ରରେ ନୂଆ ସଂସ୍କାର ଆଣିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। କୋଭିଡ୍‍-୧୯ ଯୋଗୁଁ ଯେତିକି ସମୟ ଅପଚୟ ହୋଇଯାଇଛି, ତାହାର ଭରଣା ପାଇଁ ନୂଆ ନୂଆ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକୁ ଦ୍ରୁତଗତିରେ ଆରମ୍ଭ କରିବା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ଜୋର୍‍ ଦେଇଛନ୍ତି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories