www.samajalive.in
Tuesday, December 9, 2025
23.1 C
Bhubaneswar

ଜି-୨୦ ଶିଖର ସମ୍ମିଳନୀ : ଆର୍ଜେଣ୍ଟିନାରେ ପହଞ୍ଚିଲେ ମୋଦୀ

ବୁଏନସ୍‍ ଆଇରିସ(ଆର୍ଜେଣ୍ଟିନା) : ତ୍ରୟୋଦଶ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଜେଣ୍ଟିନା ରାଜଧାନୀ ବୁଏନସ୍‍ ଆଇରିସ୍‍ରେ ଗୁରୁବାର ସନ୍ଧ୍ୟାରେ ପହଞ୍ଚିଛନ୍ତି। ଆସନ୍ତା କାଲି ଏହି ଶିଖର ବୈଠକ ଆରମ୍ଭ ହେବ। ଆୟୋଜକ ରାଷ୍ଟ୍ର ଆର୍ଜେଣ୍ଟିନା ଏଥିରେ ଅଧ୍ୟକ୍ଷତା କରୁଥିବା ବେଳେ କୃଷି ମାଧ୍ୟମରେ ବିଶ୍ୱର ଉପଯୁକ୍ତ ଏବଂ ନିରନ୍ତର ବିକାଶ ପ୍ରକ୍ରିୟାପାଇଁ ସହମତି ହାସଲ ପାଇଁ ଉଦ୍ୟମ କରାଯିବ। ଏହି ସମ୍ମିଳନୀର ଲକ୍ଷ୍ୟ।  ଆର୍ଜେଣ୍ଟିନାରେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜିବ ରଞ୍ଜନ କହିଛନ୍ତି, ବିକାଶଶୀଳ ଦେଶଗୁଡ଼ିକ ପାଇଁ ନିରନ୍ତର କୃଷି ଉନ୍ନୟନ ଅତ୍ୟନ୍ତ ଉଦ୍‍ବେଗର କାରଣ ହୋଇଥିବାରୁ ଜି-୨୦ ଶିଖର ବୈଠକରେ ଏଥିପ୍ରତି ଗୁରୁତ୍ୱ ଦିଆଯିବ। ସେ କହିଛନ୍ତି, ମୃତ୍ତିକା କ୍ଷୟ ଦ୍ୱାରା ସାରା ବିଶ୍ୱରେ ବର୍ଷକୁ ୧୦ନିୟୁତ ହେକ୍ଟର କୃଷି ଜମି କ୍ଷତିଗ୍ରସ୍ତ ହେଉଛି। ମାଟିର ଉର୍ବରତା ରକ୍ଷା କରିବା ଓ ମୃତ୍ତିକା କ୍ଷୟ ରୋକିବା ପାଇଁ ଆର୍ଜେଣ୍ଟିନା ଆଧୁନିକ ଜ୍ଞାନ କୌଶଳ  ବଳରେ ଉତ୍ପାଦନ ବୃଦ୍ଧି କରିବାରେ ସମର୍ଥ ହୋଇଛି। ତୈଳ ମୂଲ୍ୟରେ ଅସ୍ଥିରତା ଯୋଗୁଁ ଭାରତର ଅର୍ଥନୀତି ପ୍ରତ୍ୟକ୍ଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଷୟ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଉତ୍ଥାପନ କରିବେ। ଡିଜିଟାଲ୍‍ ବିପ୍ଳବ ଓ ସ୍କିଲ୍‍ ଇଣ୍ଡିଆ ଆଦି କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରାଯିବ।


ସମ୍ମିଳନୀର ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ‘ସର୍ବାଗ୍ରେ ଜନସାଧାରଣ’ ପ୍ରସଙ୍ଗରେ ଉଦ୍‍ବୋଧନ ଦେବେ। ବୁଏନ୍‍ସ୍‍ ଆଇରିସ୍‍ ଯାତ୍ରା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ସାମ୍ପ୍ରତିକ ବାସ୍ତବତା ଦୃଷ୍ଟିରୁ ଏବେ ବିଶ୍ୱରେ ବହୁପାକ୍ଷିକ ଓ ସହଯୋଗଭିତ୍ତିକ ବୁଝାମଣାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଚୀନ୍‍ ରାଷ୍ଟ୍ରପତି, ଜର୍ମାନ ଚାନ୍‍ସଲର୍‍, ସ୍ପେନ୍‍ ପ୍ରଧାନମନ୍ତ୍ରୀ ଓ ଜାତିସଂଘ ମହାସଚିବଙ୍କ ସମେତ ବିଭିନ୍ନ ବିଶ୍ୱନେତାଙ୍କ ସହ ବୈଠକରେ ଯୋଗ ଦେବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତ୍ରିପକ୍ଷୀୟ ବୈଠକରେ ଯୋଗ ଦେବେ ବୋଲି ହ୍ୱାଇଟ୍‍ ହାଉସ୍‍ ପକ୍ଷରୁ କୁହାଯାଇଛି।

- Advertisement -

ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତ୍ରିପକ୍ଷୀୟ ବୈଠକରେ ଯୋଗ ଦେବେ ବୋଲି ହ୍ୱାଇଟ୍‍ ହାଉସ୍‍ ପକ୍ଷରୁ କୁହାଯାଇଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories