ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତକୁ ନେଇ ପ୍ରବାସୀ ଭାରତୀୟ ଖୁବ ଉତ୍ସାହିତ ଅଛନ୍ତି। ମୋଦୀଙ୍କ ଲୋକପ୍ରିୟତାର ଉଦାହରଣରେ ଦେଖିବାକୁ ମିଳୁଛି ଏକ ବିଶେଷ ଘଟଣା। ନ୍ୟୁଜର୍ସିରେ ଏକ ରେସ୍ତୋରାଁରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ତାଙ୍କ ନାମ ଅନୁସାରେ ଏକ ଭୋଜନ ଥାଳି ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ଚଳିତ ମାସ ୨୧ ତାରିଖରୁ ଆମେରିକା ଗସ୍ତରେ ଯାଉଛନ୍ତି। ଏହି ଥାଳିରେ ବିଭିନ୍ନ ପ୍ରକାର ଭାରତୀୟ ପାରମ୍ପରିକ ଖାଦ୍ୟ ମଧ୍ୟ ରହିଛି। ଖେଚୁଡି, ରସଗୋଲା, ସୋରିଷ ଶାଗ, କାଶ୍ମୀରୀ ଦମ୍ ଆଳୁ, ଇଡଲି, ଢୋକଲା, ପାମ୍ପଡ ସହ ଅନ୍ୟ ଖାଦ୍ୟ ମଧ୍ୟ ରହିଛି। ଏହି ଥାଳିରେ ମାଣ୍ଡିଆରୁ ପ୍ରସ୍ତୁତ କେତେକ ଖାଦ୍ୟ ରହିଛି ବୋଲି ମଧ୍ୟ କୁହାଯାଉଛି।
ସେହିପରି ଭାରତ ସରକାରଙ୍କ ସୁପାରିସ କ୍ରମେ ଜାତିସଂଘ ଦ୍ୱାରା ୨୦୨୩କୁ ‘ଆନ୍ତର୍ଜାତିକ ମାଣ୍ଡିଆ ଦିବସ’ ଘୋଷଣା କରାଯାଇଥିବାରୁ ଏଥିପାଇଁ ମଧ୍ୟ ଏହି ଥାଳି ପ୍ରସ୍ତୁତ ହୋଇଛି। ଆମେରିକାକୁ ପ୍ରଥମ ‘ଷ୍ଟେଟ୍ ଭିଜିଟ୍’ରେ ଯାଉଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଜୁନ୍ ୨୨ ତାରିଖ ଦିନ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ‘ପ୍ରଥମ ଲେଡି’ ଜିଲ୍ ବାଇଡେନ୍ ରାତ୍ରଭୋଜନରେ ଆୟୋଜନ କରିବେ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ପାଇଁ ଅନ୍ୟ ଏକ ସ୍ୱତନ୍ତ୍ର ଥାଳି ପ୍ରସ୍ତୁତ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି।
ନ୍ୟୁଜର୍ସିରେ ପ୍ରସ୍ତୁତ ହୋଇଛି ମୋଦୀଜୀ ଥାଳି.. ଜାଣନ୍ତୁ ରହିଛି କି କି ବ୍ୟଞ୍ଜନ..
Popular Categories



