www.samajalive.in
Tuesday, December 9, 2025
15.1 C
Bhubaneswar

ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ। ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥୀ ସାମିଲ ହେବେ । ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେବେ। ଚାରି ମହଲା ବିଶିଷ୍ଟ ନୂତନ ସଂସଦ ଭବନ ୬୪ହଜାର ୫୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ହେବ। ଯାହାର ଆନୁମାନିକ ମୂଲ୍ୟ ୯୭୧କୋଟି ଟଙ୍କା ହେବ। ତେବେ ନୂଆ ସଂସଦ ଭବନକୁ ପେପରଲେସ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ସାଂସଦଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବ ।

ନୂତନ ସଂସଦ ଭବନର ନିର୍ମାଣକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ଯଥାକ୍ରମେ ୫ ଅଗଷ୍ଟ ୨୦୧୯ରେ ରାଜ୍ୟସଭା ଓ ଲୋକସଭାରେ ପ୍ରସ୍ତାବ ଦେଇଥିଲେ। ଏହି ସଂସଦ ଭବନର ନିର୍ମାଣ କାର୍ଯ୍ୟ ଟାଟା ଗ୍ରୁପ୍ କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories