www.samajalive.in
Sunday, December 7, 2025
16.1 C
Bhubaneswar

ଭଗବାନଙ୍କୁ ଦେଖିନି, ମୋଦୀଙ୍କୁ ଦେଖିଛି – ଜନୌଷଧି ଦିବସରେ ଦୀପାଙ୍କ କୋହ ମୋଦୀଙ୍କୁ କଲା ଭାବବିହ୍ୱଳ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଦେଶର ଜନୌଷଧି କେନ୍ଦ୍ରଗୁଡ଼ିକର ମାଲିକ ଓ ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଜନୌଷଧି ଦିବସ ଅବସରରେ ମୋଦୀ କହିଛନ୍ତି, ଏହି ଯୋଜନା ଗରିବ ଲୋକମାନଙ୍କୁ ଶସ୍ତା ମୂଲ୍ୟରେ ଔଷଧପତ୍ର ଯୋଗାଇ ସେମାନଙ୍କର ସୁସ୍ଥ ଜୀବନ ଯାପନପାଇଁ ରାସ୍ତା ଉନ୍ମୁକ୍ତ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କେନ୍ଦ୍ରଗୁଡ଼ିକରୁ ବଜାର ମୂଲ୍ୟଠାରୁ ଶତକଡ଼ା ୫୦ରୁ ୯୦ ଭାଗ ପର୍ଯ୍ୟନ୍ତ ରିହାତି ମୂଲ୍ୟରେ ଔଷଧପତ୍ର ଯୋଗାଇ ଦିଆଯାଉଛି।

- Advertisement -

ଆଜି ପ୍ରଧାନମନ୍ତ୍ରୀ ମୋଦୀ ଜନୌଷଧି ଯୋଜନାରୁ ଲାଭବାନ ହୋଇଥିବା ଜଣେ ମହିଳା ଦୀପା ଶାହାଙ୍କ ସହ କଥା ହେଉଥିବା ବେଳେ, ଦୀପା କହିଥିଲେ ଯେ ତାଙ୍କ ପାଖରେ ମାସକୁ ୫ ହଜାର ଟଙ୍କାର ଔଷଧ କିଣିବାକୁ ଅର୍ଥ ନ ଥିଲା କିନ୍ତୁ ଜନୌଷଧି ଯୋଜନା ଆସିବା ଫଳରେ ସେ ଔଷଧ କିଣିବାକୁ ସକ୍ଷମ ହୋଇଛନ୍ତି। ଦୀପା କହିବା ବେଳେ କାନ୍ଦି ପକାଇ ଥିଲେ ଓ କହିଥିଲେ,’ମୁଁ ତ ଭଗବାନଙ୍କୁ ଦେଖିନି, ମୋ ପାଇଁ ମୋଦୀ ହିଁ ଭଗବାନ…’, ଏକଥା ଶୁଣିବା ପରେ କିଛି ସମୟ ପାଇଁ ପ୍ରଧାନମନ୍ତ୍ରୀ ଆଖି ଲୁହ ଛଳ ଛଳ ହୋଇପଡ଼ିଥିଲା ଓ ସେ ନିଜ ଦୁଇ ହାତ ମୁହଁରେ ରଖି କିଛି ମୁହୂର୍ତ୍ତ ପାଇଁ ଭାବିବାକୁ ଲାଗିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କେନ୍ଦ୍ରଗୁଡ଼ିକରୁ ମିଳୁଥିବା ଔଷଧପତ୍ରଗୁଡ଼ିକ ଉତ୍ତମ ମାନର ଓ ସମ୍ପୂର୍ଣ୍ଣ ନିରାପଦ ବୋଲି ବହୁ ପରୀକ୍ଷାରୁ ଜଣାପଡ଼ିଛି। ସେ କହିଛନ୍ତି, ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। ଶସ୍ତାରେ ଚିକିତ୍ସା ଯୋଗାଇବା ପାଇଁ ଧାର୍ଯ୍ୟ ଲକ୍ଷ୍ୟପଥରେ ଥିବା ବାଧାବିଘ୍ନଗୁଡ଼ିକୁ ଚିହ୍ନଟ କରିବା ସକାଶେ ତାଙ୍କ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ମୋଦୀ କହିଛନ୍ତି, ଉତ୍ତମ ହସ୍ପିଟାଲ୍‍ ଓ ଡାକ୍ତର ଯୋଗାଇବାକୁ ସରକାର ଅଗ୍ରାଧିକାର ଦେଇଆସୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାରୀ ଡାକ୍ତରଖାନା ଓ ସେଗୁଡ଼ିକରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ପ୍ରଜାତି ଔଷଧ ସୁପାରିସ କରିବାପାଇଁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ନିଶ୍ଚିତ କରାଯାଇପାରିବ।

କରୋନା ଭୂତାଣୁ ସଂକ୍ରମଣ ବିଷୟରେ ସେ କହିଛନ୍ତି, ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ଓ ଭୂତାଣୁ ସଂକ୍ରମଣ ବିଷୟରେ ପ୍ରଚାରିତ ହୋଇଥିବା ଗୁଜବରେ ବିଶ୍ୱାସ ନ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଆମକୁ ଭାରତର ପାରମ୍ପରିକ ଅଭିନନ୍ଦନ ଶୈଳୀ ନମସ୍ତେକୁ ଗ୍ରହଣ କରିବାକୁ ପଡ଼ିବ। ଜ୍ୱର କିମ୍ବା କାଶ ଭଳି ଲକ୍ଷଣ ଦେଖାଯିବା ସ୍ଥଳେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ମଧ୍ୟ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଜନଔଷଧୀ କେନ୍ଦ୍ରଗୁଡ଼ିକୁ ବିଶ୍ୱର ସର୍ବବୃହତ ଖୁଚୁରା ଔଷଧ ଶୃଙ୍ଖଳ ଭାବେ ବିବେଚନା କରାଯାଉଛି ଓ ୭୦୦ ଜିଲ୍ଲାରେ ପ୍ରାୟ ୬ହଜାର ୨୦୦ ଦୋକାନ ସ୍ଥାପନ କରାଯାଇଛି। ୨୦୧୯-୨୦ ବର୍ଷରେ ଏହି ଦୋକାନଗୁଡ଼ିକରୁ ୩୯୦ କୋଟି ଟଙ୍କା ମୂଲ୍ୟର ଔଷଧ ବିକ୍ରୟ ହୋଇଛି। ଏହା ଦ୍ୱାରା ଦେଶର ନାଗରିକମାନେ ୨ହଜାର ୨୦୦ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି। ଏହି ଯୋଜନା ଆତ୍ମନିଯୁକ୍ତିର ଏକ ଉତ୍ସ ହୋଇପାରିଥିବା ବେଳେ ଏହା ଲୋକମାନଙ୍କୁ ନିୟମିତ ତଥା ସ୍ଥାୟୀ ରୋଜଗାର ଦେବାରେ ସାହାଯ୍ୟ କରୁଛି। ଶସ୍ତାରେ ଉତ୍ତମମାନର ଔଷଧ ଦେଶର ଗରିବ ଓ ଅବହେଳିତ ବର୍ଗର ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଜନଔଷଧୀ ପରିଯୋଜନାର ଆରମ୍ଭ କରାଯାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories