www.samajalive.in
Tuesday, December 9, 2025
23.1 C
Bhubaneswar

ଚାଷୀ ଆନ୍ଦୋଳନ ନେଇ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ : ଏମଏସପି ଥିଲା, ଅଛି ଆଉ ରହିବ

ନୂଆଦିଲ୍ଲୀ : ରାଜ୍ୟସଭାରେ ଚାଷୀ ଆନ୍ଦୋଳନ ନେଇ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଗୃହରେ ଜୋରଦାର ଆଲୋଚନା ହେଲା। ଚାଷୀ ଆନ୍ଦୋଳନ କ’ଣ ପାଇଁ ହେଉଛି କେହି କିଛି କହିଲେନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛିନ୍ତି ।
ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ରାଜ୍ୟସଭାରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଆଇନକୁ ନେଇ ବିରୋଧୀ ୟୁଟର୍ଣ୍ଣ କରିଛନ୍ତି । ତେଣୁ ଆନ୍ଦୋଳନରୁ ଚାଷୀଙ୍କୁ ଓହରିବାକୁ ସେ ଅନୁରୋଧ କରିଛନ୍ତି । ଏମଏସପି ଥିଲା, ଅଛି ଆଉ ଏମଏସପି ରହିବ । କ୍ଷୁଦ୍ର ଚାଷୀଙ୍କୁ ଦୃଷ୍ଟିରେ ରଖି ସମସ୍ତ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗରିବଙ୍କ ପାଇଁ ସୁଲଭ ମୂଲ୍ୟରେ ରାସନ ଯୋଗାଣ ଜାରି ରହିବ। ମଣ୍ଡି ଗୁଡିକର ମଧ୍ୟ ଆଧୁନିକୀକରଣ ହେବ। ବିରୋଧ କରିବାକୁ ଅନେକ ପ୍ରସଙ୍ଗ ରହିଛି, କିନ୍ତୁ ଦେଶର ମନୋବଳ ଭାଙ୍ଗନ୍ତୁନି ବୋଲି କହି  ବିରୋଧୀଙ୍କ ଉପରେ ବର୍ଷି ପ୍ରଧାନମନ୍ତ୍ରୀ କହିଛନ୍ତି, ଶରଦ ପାୱାର ଜୀ, ଏବଂ କଂଗ୍ରେସର ନେତାମାନେ ସମସ୍ତେ, ପୂର୍ବର ସମସ୍ତ ସରକାର କୃଷି ସଂସ୍କାର ବିରୋଧରେ ଛିଡା ହୋଇଛନ୍ତି। ତେବେ ସେମାନେ ଏହା କରିବାକୁ ସକ୍ଷମ ହୋଇଥିଲେ କି ନାହିଁ ତାହା ସମସ୍ତେ ଭାବିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories