www.samajalive.in
Sunday, December 7, 2025
23.1 C
Bhubaneswar

ବିଶ୍ୱଶାନ୍ତି ଏବଂ ବିକାଶ ଦିଗରେ ଆଣବିକ ଶକ୍ତିର ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂଗଠନର ମହାନିର୍ଦ୍ଦେଶକଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କରିଛନ୍ତି। ସଂଗଠନର ମହାନିର୍ଦ୍ଦେଶକ ମାରିଆନୋ ଗ୍ରସିଙ୍କ ସହ ଭାରତ ଏବଂ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂଗଠନ ମଧ୍ୟରେ ସହଭାଗିତା ବୃଦ୍ଧି ନେଇ ଏହି ଆଲୋଚନା ହୋଇଛି। ପରେ ପ୍ରଧାନମନ୍ତ୍ରୀ ସାମଜିକ ଗଣମାଧ୍ୟମରେ କହିଛନ୍ତି, ଆଗାମୀ ଦିନରେ ବିଭିନ୍ନ ପ୍ରକାର ପ୍ରଦୂଷଣ ହ୍ରାସ ନିମନ୍ତେ ଭାରତରେ ଆଣବିକ ଶକ୍ତିର ବ୍ୟବହାର ନେଇ ଆଲୋଚନା ହୋଇଛି।

ଆଲୋଚନା ସମୟରେ ଆଣବିକ ଶକ୍ତିର ବ୍ୟବହାର ବିଶ୍ୱଶାନ୍ତି ଏବଂ ବିକାଶ ଦିଗରେ କରିବା ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଆଲୋଚନାରେ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂଗଠନର ମହାନିର୍ଦ୍ଦେଶକ ଆଣବିକ ଶକ୍ତିର ସୁ-ବ୍ୟବହାର ପାଇଁ ଭାରତର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହାଛଡ଼ା ଭାରତରେ ଆଣବିକ ବିଜ୍ଞାନ ଓ ଜ୍ଞାନକୌଶଳର ବିକାଶ ବିଷୟ ଉଲ୍ଲେଖ କରି ସେ ସାମାଜିକ ବିକାଶ ନିମନ୍ତେ ଏହାର ବ୍ୟବହାର ଉପରେ ଭାରତର ଭୂମିକାକୁ ପ୍ରଶଂସା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories