୨୦୨୨ସୁଦ୍ଧା ଆମେ ନ୍ୟୁ ଇଣ୍ଡିଆ ନିର୍ମାଣ କରିବାର ସ୍ବପ୍ନ ରଖିଛୁ : ମୋଦୀ
ଏଫଆଇଆଇରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ରିୟାଦ : ଭାରତ ଆଜି ବିଶ୍ବର ତୃତୀୟ ସର୍ବ ବୃହତ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ପାଲଟି ଯାଇଛି । ଭାରତର ୨ୟ ଏବଂ ୩ୟ ଶ୍ରେଣୀ ସହରରେ ମଧ୍ୟ ଷ୍ଟାର୍ଟ ଅପ୍ ଖେଳିବାରେ ଲାଗିଛି। ଆମ ଷ୍ଟାର୍ଟ ଅପରେ ବିଶ୍ବ ସ୍ତରରେ ନିବେଶ ଆରମ୍ଭ ହୋଇଛି । ସାରା ବିଶ୍ବର ନିବେଶକ ଆମ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମର ଲାଭ ନେବା ପାଇଁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ସାଉଦୀ ଆରବର ଭବିଷ୍ୟତ ପୁଞ୍ଜିନିବେଶ ପଦକ୍ଷେପ ଫୋରମ୍(ଏଫଆଇଆଇ)ର ତୃତୀୟ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
PM at Future Investment Initiative (FII): Today India has become world's 3rd largest start-up ecosystem. Even in tier-2&3 cities of India startups have come up. Our start-ups have started investing at global scale. I invite global investors to benefit from our start-up ecosystem. pic.twitter.com/oe0k2S4bEo
— ANI (@ANI) October 29, 2019
ଦୁଇ ଦିନିଆ ସାଉଦୀ ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ସାଉଦୀ ଆରବ ସହିତ ଆମର ସଂପର୍କ ବେଶ ପ୍ରାଚୀନ ଓ ଅନେକ ବର୍ଷ ତଳର। ଆମର ପ୍ରାଚୀନ ସଂପର୍କରେ ରଣନୀତିକ ସହଯୋଗ ସୁଦୃଢ ଆଧାରଶୀଳା ରଖିଛି।
ସେ କହିଛନ୍ତି ସ୍କିଲ ଇଣ୍ଡିଆ ଅଧିନରେ ଆଗାମୀ ୩-୪ ବର୍ଷରେ ୪୦ କୋଟି ଲୋକ ବିଭିନ୍ନ କ୍ଷେତ୍ରରେ ନିଜ ଦକ୍ଷତାର ପ୍ରମାଣ ଦେବା ପାଇଁ କୃତିତ୍ବ ହାସଲ କରିବେ। ଏହାଦ୍ବାରା ଭାରତରେ ନିବେଶକ କମ୍ପାନୀମାନେ ଲାଭବାନ ହେବେ।
୨୦୨୪ ସୁଦ୍ଧା ରିଫାଇନିଙ୍ଗ, ପାଇପ୍ ଲାଇନ, ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ଆମେରିକୀୟ ଡଲାର ନିବେଶ କରିବାର ଅଛି। ଆମେ ୨୦୨୨ସୁଦ୍ଧା ନ୍ୟୁ ଇଣ୍ଡିଆ ନିର୍ମାଣ କରିବାର ସ୍ବପ୍ନ ରଖିଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି। ଭାରତୀୟ ପ୍ରତିଭା ସାଉଦୀ ଆରବରେ ଅନନ୍ୟ ମାନବ ସମ୍ବଳ ଭାବେ ସୁନାମ ଅର୍ଜନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛିନ୍ତି।
Comments are closed.