ୟୁକ୍ରେନ ସଙ୍କଟ : ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

ନୂଆଦିଲ୍ଲୀ : ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟି(ସିସିଏସ୍) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତର ସୁରକ୍ଷା ପ୍ରସ୍ତୁତି ଏବଂ ବିଶ୍ବ ପରିଦୃଶ୍ୟରେ ଦେଖା ଦେଇଥିବା ପରିବର୍ତ୍ତନର ସମୀକ୍ଷା କରାଯାଇଛି।

prayash

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟି(ସିସିଏସ୍) ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତର ସ୍ଥଳସୀମା, ସାମୁଦ୍ରିକ ସୀମା ଏବଂ ବାୟୁସୀମାରେ ସୁରକ୍ଷା ପ୍ରସ୍ତୁତିର ବିଭିନ୍ନ ଦିଗ ଏବଂ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ଅବଗତ କରାଯାଇଥିଲା।ୟୁକ୍ରେନରେ ସାମ୍ପ୍ରତିକ ପରିସ୍ଥିତି, ସେଠାରେ ଫସି ରହିଥିବା ଭାରତୀୟ ନାଗରିକ ଏବଂ ଭାରତର ପଡ଼ୋଶୀ ରାଷ୍ଟ୍ରର ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ଅପରେସନ ଗଙ୍ଗା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା । ଖାର୍କିଭ୍‌ରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମରଶରୀର ସ୍ବଦେଶ ଫେରାଇ ଆଣିବା ଲାଗି ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି।

kalyan agarbati

Comments are closed.