www.samajalive.in
Sunday, December 7, 2025
26.1 C
Bhubaneswar

ଏକ ପୃଥିବୀ ଏକ ସ୍ୱାସ୍ଥ୍ୟର ବାର୍ତା ସମଗ୍ର ବିଶ୍ୱରେ ପହଞ୍ଚିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭବିଷ୍ୟତର ଯେକୌଣସି ମହାମାରୀର ମୁକାବିଲା ନିମନ୍ତେ ବିଶ୍ୱ ଏକତା, ନେତୃତ୍ୱ ଓ ସମର୍ଥନ ପାଇଁ ଆହ୍ୱାନ କରିବା ସହ ଗଣତାନ୍ତ୍ରିକ ଏବଂ ପାରଦର୍ଶୀ ସମାଜଗୁଡିକର ଏହି ଲକ୍ଷ୍ୟ ହାସଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶନିବାର ଜି-୭ ଶିଖର ବୈଠକର ପ୍ରଥମ ଆଉଟରିଚ୍‍ ଅଧିବେଶନରେ ଉଦବୋଧନ ଦେଇ ଶ୍ରୀ ମୋଦୀ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟର ମନ୍ତ୍ର ସମଗ୍ର ବିଶ୍ୱରେ ପହଞ୍ଚିବା ଆବଶ୍ୟକ ବୋଲି କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ପ୍ରଶାସନରେ ସଂସ୍କାରର ଆବଶ୍ୟକତା ନିମନ୍ତେ ଭାରତର ପ୍ରତିଶୃତିବଦ୍ଧତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି।

କୋଭିଡ ମହାମାରୀର ଦ୍ୱିତୀୟ ଲହର ବିରୁଦ୍ଧରେ ଭାରତ ଯେଉଁ ସଂଗ୍ରାମ ଜାରି ରଖିଛି ସେଥିରେ ସହଯୋଗର ହାତ ବଢ଼ାଇଥିବାରୁ ପ୍ରଧାନମନ୍ତ୍ରୀ ଜି-୭ ସଦସ୍ୟ ରାଷ୍ଟ୍ର ଓ ଅନ୍ୟ ମିତ୍ରରାଷ୍ଟ୍ରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱ ବାଣିଜ୍ୟ ସଂଗଠନ ଡବ୍ଲୁଟିଓରେ ଭାରତ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ କୋଭିଡ ସମ୍ବନ୍ଧିତ ଜ୍ଞାନକୌଶଳ ହସ୍ତାନ୍ତରଣ ଉପରୁ କଟକଣା ହଟାଇବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସମର୍ଥନ କରିବା ସକାଶେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଜି-୭ ରାଷ୍ଟ୍ରଗୁଡିକୁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଜି-୭ ଶିଖର ବୈଠକର ଅନ୍ତିମ ଦିବସରେ ଯୋଗ ଦେଇ ଦୁଇଟି ଅଧିବେଶନରେ ଉଦବୋଧନ ଦେବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories