ମୋଦୀ ପୁଣି ଥରେ ବିଶ୍ବର ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ବ ସବୁଠାରୁ ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି। ଆମେରିକାର ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ହୋଇଥିବା ଗ୍ଲୋବାଲ ଲିଡର ଆପ୍ରୁଭାଲ ​‌େ​‌ରଟିଂ ଅନୁଯାୟୀ ମୋଦୀ ୭୭ ପ୍ରତିଶତ ରେଟିଂ ପଏଣ୍ଟ ପାଇ ବିଶ୍ବର ଶ୍ରେଷ୍ଠ ଲୋକପ୍ରିୟ ନେତା ନିର୍ବାଚିତ ହୋଇଛନ୍ତି। ମାର୍ଚ୍ଚ ୧୮ରେ ମର୍ଣ୍ଣିଂ ପୋଷ୍ଟ ଜାରି କରିଥିବା ଏହାର ରିପୋର୍ଟରେ ୧୩ଟି ରାଷ୍ଟ୍ରର ନେତାଙ୍କୁ ନେଇ ଲୋକପ୍ରିୟ ନେତା ତାଲିକା ପ୍ରକାଶ କରିଛି। ଜାନୁଆରୀ ୨୦୨୦ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ସଂଗୃହୀତ ତଥ୍ୟ ଆଧାରରେ ଏହି ତାଲିକା ପ୍ରକାଶ ପାଇଛି। ମୋଦୀଙ୍କ ପଛକୁ ତାଲିକାର ଦ୍ବିତୀୟରେ ରହିଛନ୍ତି ମେକ୍ସିକୋର ଆ‌େନ୍ଦ୍ରଶ ମାନୁଏଲ ଓବ୍ରାଡୋର, ତୃତୀୟରେ ଇଟାଲୀର ମାରିଆ ଦ୍ରାଘି, ଜାପାନର ଫୁମିଓ କିସିଦା। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୧ ରେଟିଂ ପଏଣ୍ଟ ସହ ୭ମ ସ୍ଥାନରେ ରହିଥିବାବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ୩୩ ପଏଣ୍ଟ ସହ ୧୩ତମ ସ୍ଥାନରେ ରହିଛନ୍ତି। ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ଓ ୟୁକ୍ରେନ ସଙ୍କଟକୁ ନେଇ ବାଇଡେନଙ୍କ ଲୋକପ୍ରିୟତା ହ୍ରାସ ପାଇଛି।

kalyan agarbati

Comments are closed.