www.samajalive.in
Sunday, December 7, 2025
23.1 C
Bhubaneswar

ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ଠାରୁ ୩ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ କାଳରେ ସେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତ୍ରୟୋଦଶ ଭାରତ-ଜାପାନ ବାର୍ଷିକ ଶିଖର ବୈଠକରେ ଯୋଗଦେବେ। ଏହା ଶ୍ରୀ ମୋଦୀ ଓ ଶ୍ରୀ ଆବେଙ୍କ ମଧ୍ୟରେ ପଞ୍ଚମ ବାର୍ଷିକ ଶିଖର ବୈଠକ ତଥା ଏ ପର୍ଯ୍ୟନ୍ତ ଦ୍ୱାଦଶ ବୈଠକ ହେବ। ଭାରତ ଓ ଜାପାନ ମଧ୍ୟରେ ସ୍ୱତନ୍ତ୍ର ସହଯୋଗ ଓ ଆନ୍ତର୍ଜାତିକ ସହଯୋଗ ଢାଞ୍ଚା ଅନୁସାରେ ଦୁଇ ନେତା ଅନେକ ଦ୍ୱିପକ୍ଷୀୟ, ଆଞ୍ଚଳିକ ଓ ଆନ୍ତାର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଶ୍ରୀ ମୋଦୀ ୟାମାନାସିରେ ରୋବର୍ଟିକ୍ସ ଓ ଅଟୋମେସନ୍‍ ଫାର୍ମ ଫନୟୁସି ଗସ୍ତ କରିବେ ଓ ଉଦ୍ୟୋଗପତିମାନଙ୍କୁ ସାକ୍ଷାତ କରିବେ। ପୁଞ୍ଜିନିବେଶପାଇଁ ଭାରତକୁ ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ସେ ଜାପାନ୍‍ ପୁଞ୍ଜିନିବେଶକାରୀମାନଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରିବେ ଓ ଟୋକିଓରେ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମରେ ମଧ୍ୟ ଉଦ୍‍ବୋଧନ ଦେବେ।
ଜାପାନରେ ଅବସ୍ଥାପିତ ପ୍ରବାସୀ ଭାରତୀୟ ମାନଙ୍କଦ୍ୱାରା ଆୟୋଜିତ ଏକ ସାମୂହିକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଜାପାନ୍‍ ଗସ୍ତ ପୂର୍ବରୁ ଏକ ବିବୃତ୍ତିରେ ଶ୍ରୀ ମୋଦୀ କହିଛନ୍ତି, ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କରେ ଉନ୍ନତି ଆଣିବ ଓ ଏକ ସମୃଦ୍ଧ ତଥା ଉତ୍ତମ ଭବିଷ୍ୟତ ପାଇଁ ଭାଗିଦାରୀକୁ ସୁଦୃଢ଼ କରିବ। ଏହି ଦ୍ୱିପକ୍ଷୀୟ ସମ୍ପର୍କ ଭାରତର ଆକ୍ଟ-ଇଷ୍ଟ ନୀତି ଓ ଏକ ଉନ୍ମୁକ୍ତ ତଥା ସାମୂହିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗଠନପାଇଁ ଦୂରଦୃଷ୍ଟି ଓ ପ୍ରତିଶ୍ରୁତିବଦ୍ଧତା ଭଳି ଦୃଢ଼ ଭିତ୍ତିଭୂମି ଉପରେ ଗଢ଼ିଉଠିଛି ବୋଲି ସେ କହିଛନ୍ତି। ତାଙ୍କର ଜାପାନ ଗସ୍ତ ଏବଂ ଆଲୋଚନା ପରେ ସ୍ୱାସ୍ଥ୍ୟ, ଡିଜିଟାଲ୍‍ ବୈଷୟିକ ଜ୍ଞାନ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ପାକୃତିକ ବିପର୍ଯ୍ୟୟ ହ୍ରାସ ଓ ଦୁର୍ବିପାକ ସହାୟତା ମୌଳିକ ଢାଞ୍ଚା ଆଦି ନୂଆ ନୂଆ କ୍ଷେତ୍ରରେ ପୁଞ୍ଜିନିବେଶ ଓ ସହଯୋଗ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories