www.samajalive.in
Sunday, December 7, 2025
26.1 C
Bhubaneswar

ଆମେରିକା ଗସ୍ତରେ ମୋଦୀ : ବାଇଡେନଙ୍କ ପରିବାରକୁ ଦେଲେ ଏହି ବିଶେଷ ଉପହାର

ୱାଶିଂଟନ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତର ଦ୍ୱିତୀୟ ପର୍ୟ୍ୟାୟରେ ବୁଧବାର ୱାଶିଂଟନରେ ପହଞ୍ଚି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କୁ ଭେଟିଛନ୍ତି। ରାତ୍ରୀ ଭୋଜନ ପାଇଁ ପ୍ରଧାନମନ୍ତ୍ରୀ ହ୍ୱାଇଟ୍‌‌ ହାଉସରେ ପହଞ୍ଚିଛନ୍ତି। ଏଠାରେ ବାଇଡେନ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନଙ୍କୁ ଲ୍ୟାବରେ ବିକଶିତ ୭.୫ କ୍ୟାରେଟ ସବୁଜ ରଙ୍ଗର ହୀରାକୁ ଉପହାର ଦେଇଛନ୍ତି। ଏହି ହୀରା ପୃଥିବୀରୁ ଖଣିଜ ହୀରାର ରାସାୟନିକ ଏବଂ ଅପ୍ଟିକାଲ୍ ଗୁଣ ପ୍ରଦର୍ଶନ କରେ। ଏହି ହୀରା ମଧ୍ୟ ପରିବେଶ ଅନୁକୂଳ ଅଟେ ।
ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏକ ବିଶେଷ ଚନ୍ଦନବାକ୍ସ ଉପହାରରେ ଦେଇଛନ୍ତି। ଏହାକୁ ଜୟପୁରରେ ଜଣେ କାରିଗର ତିଆରି କରିଛନ୍ତି।
ଏହି ବାକ୍ସରେ ଥିବା ଉପହାର ମଧ୍ୟରୁ ପ୍ରଥମ ଉପହାରଟି ହେଉଛି ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କର ରୁପା ପ୍ରତିମା। ରୁପା ଦୀପ।
ପ୍ରଧାନମନ୍ତ୍ରୀ ବାଇଡେନଙ୍କୁ ଦେଇଥିବା ଉପାହାର ବାକ୍ସରେ ଦଶଟି ଦାନ ମଧ୍ୟ ରହିଛି। (ଗୋ ଦାନ) ପାଇଁ ଗାଈ ସ୍ଥାନରେ ପଶ୍ଚିମବଙ୍ଗର କାରିଗରଙ୍କ ଦ୍ୱାରା ତିଆରି କରାଯାଇଥିବା ହସ୍ତନିର୍ମିତ ଚାନ୍ଦିର ନଡିଆ ରହିଛି। (ଭୂମି ଦାନ) ପାଇଁ କର୍ଣ୍ଣାଟକର ସୁଗନ୍ଧିତ ଚନ୍ଦନର ଏକ ଖଣ୍ଡ ଦେଇଛନ୍ତି। (ରାଶି ଦାନ) ପାଇଁ ତାମିଲନାଡୁର ଆସିଥିବା ଧଳା ରାଶିର ମଞ୍ଜି ରହିଛି। ରାଜସ୍ଥାନରେ ହସ୍ତନିର୍ମିତ ୨୪ କ୍ୟାରେଟର ହଲମାର୍କ ଥିବା ସୁନାର ଟଙ୍କା (ସୁନା ଦାନ) ରୂପରେ ରହିଛି। ଏହାସହ ଅନ୍ୟ ଜିନିଷ ମଧ୍ୟରେ ରହିଛି ଗୁଆଘିଅ,ଝାଡଖଣ୍ଡରୁ ଆସିଥିବା ହାତବୁଣା ଟସର ମଠା। ଉତ୍ତରାଖଣ୍ଡର ଏକ ବିଶେଷ ପ୍ରକାର ଚାଉଳ। ମହାରାଷ୍ଟ୍ରର ଗୁଡ଼, ରୁପାର ଏକ ମୁଦ୍ରା, ଗୁଜରାଟର ଲୁଣ।

 

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories