-ସମସ୍ତଙ୍କୁ ମିଳିବ ମାଗଣା ଟିକା
-ନଭେମ୍ବର ମାସ ଯାଏ ଲୋକଙ୍କୁ ମିଳିବ ମାଗଣା ରାସନ
-୮୦ କୋଟି ଲୋକଙ୍କୁ ମାଗଣା ରାସନ
ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ବିରୋଧରେ ଆମର ଲଢେଇ ଜାରି ରିହିଛି। ଅନେକ ନିଜ ପରିଜନ ଓ ପରିଚିତଙ୍କୁ ହରାଇଛନ୍ତି । ବିଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ମହାମାରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କରୋନା ମହାମାରୀ ସମୟରେ ଦେଶବାସୀଙ୍କୁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
ଏଭଳି ମହାମାରୀ ଆଧୁନିକ ବିଶ୍ବ କେବେ ଦେଖି ନ ଥିଲା ନା ଅନୁଭବ କରି ନଥିଲା। ଏଭଳି ମହାମାରୀ ବିରୋଧରେ ଦେଶ ଏକାଠି ହୋଇ ଲଢ଼ିଛିି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ମେଡିକାଲ ଅମ୍ଳଜାନର କେବେ ଏଭଳି ଆବଶ୍ୟକତା ନ ଥିଲା। ଅମ୍ଳଜାନ ପାଇଁ ଜଳ, ସ୍ଥଳ, ଆକାଶ ସବୁକିଛିର ବ୍ୟବହାର କରାଯାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ କିଛି ନୂଆ ଘୋଷଣା କରିଛନ୍ତି। ନଭେମ୍ବର ମାସ ଯାଏ ଲୋକଙ୍କୁ ମାଗଣା ରାସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯିିବ। ସମସ୍ତଙ୍କୁ ମାଗଣା ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ ଆଜି ଘୋଷଣା କରିଛନ୍ତି।



