ପଛେ ଜେଲରେ ରଖ, କିନ୍ତୁ ସ୍ତ୍ରୀ ସହ ରହିବି ନାହିଁ
ଡେସ୍କ: ମଲ୍ ବାହାରେ ପୁଲିସ, ପୁଲିସ ଘେରରେ ସ୍ୱାମୀ। ପୁଲିସ ଯେତେ ବୁଝାଇଲେବି ଯୁବକ ଜଣ କହୁଥାନ୍ତି, ମୋତେ ଯଦି ପାରୁଛନ୍ତି ଜେଲରେ ରଖନ୍ତୁ କିନ୍ତୁ ମୁଁ ଆଉ ସେ ସ୍ତ୍ରୀ ପାଖକୁ ଯିବି ନାହିଁ କି ତା ସହ ରହିବି ନାହିଁ। ଘଟଣା ଘଟିଛି ନୋଏଡା ନିକଟସ୍ଥ ଏକ ମଲ୍ ନିକଟରେ। ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଠାବ କରିବା ପରେ ସହରର ଜଣେ ଟେକ୍ନିସିଆନ୍ ନିଖୋଜ ହେବାର ରହସ୍ୟ ଶେଷ ହୋଇଥିଲା। ଏକ ସିନେମା ଦେଖି ମଲରୁ ବାହାରକୁ ବାହାରିବା ବେଳେ ପୁଲିସ ଏହି ଟେକ୍ନିସିଆନଙ୍କୁ ଠାବ କରିଥିଲା। ଶୁକ୍ରବାର ସକାଳେ ତାଙ୍କୁ ବେଙ୍ଗାଲୁରୁ ଅଣାଯାଇଥିଲା।
ଉତ୍ତର ବେଙ୍ଗାଲୁରୁର ବାସିନ୍ଦା ଏହି ଟେକ୍ନିସିଆନ ଅଗଷ୍ଟ ୪ ତାରିଖରୁ ନିଖୋଜ ଥିବା ବେଳେ ତାଙ୍କ ପତ୍ନୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ଖୋଜିବା ପାଇଁ ପୁଲିସ ଆଶାନୁରୂପ ପ୍ରୟାସ କରୁନାହିଁ। ତାଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ଟଙ୍କା ଆଣିବା ପାଇଁ ଏଟିଏମ୍ ଯିବା ପରେ ବ୍ୟକ୍ତି ଜଣକ ନିଖୋଜ ହୋଇଯାଇଥିଲେ। କେହି ତାଙ୍କୁ ଅପହରଣ କରିଥାଇ ପାରନ୍ତି ବୋଲି ପତ୍ନୀ ସନ୍ଦେହ କରିଥିଲେ।
ପତ୍ନୀର ନିର୍ଯାତନାରୁ ବର୍ତ୍ତିବାକୁ ଘର ଛାଡିଲେ ବେଙ୍ଗାଲୁରୁ ଟେକ୍ନିସିଆନ୍
ଟେକ୍ନିସିଆନ୍ ଜଣକ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରିଥିବାରୁ ପୁଲିସ ପ୍ରଥମେ ତାଙ୍କ ସମ୍ପର୍କରେ କୌଣସି ସୂଚନା ପାଇଁ ନ ଥିଲା। ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ଏପରିକି ବିମାନବନ୍ଦରରେ ଶତାଧିକ ସିସିଟିଭି କ୍ୟାମେରା ଯାଞ୍ଚ କଲାପରେ ମଧ୍ୟ କିଛି ସୁଫଳ ମିଳିନଥିଲା। ଶେଷରେ ବୁଧବାର ନୋଏଡାରେ ଏକ ନୂଆ ସିମ୍ କିଣି ନିଜ ପୁରୁଣା ଫୋନରେ ଭର୍ତ୍ତି କରିଥିଲେ ଏହି ଟେକ୍ନିସିଆନ୍। ଫଳରେ ପୁଲିସ ତାଙ୍କୁ ଠାବ କରିବାରେ ସଫଳ ହୋଇଥିଲା।
ତଦନ୍ତକାରୀ ଅଧିକାରୀଙ୍କ କହିବା ନୁସାରେ, ଟେକ୍ନିସିଆନ୍ ମଲରୁ ବାହାରକୁ ଆସିବା ପରେ ସେମାନେ ତାଙ୍କୁ ଭେଟିଥିଲେ। “ଯେତେବେଳେ ଆମେ ତିନି ଜଣ ତାଙ୍କୁ ଘେରିଲୁ, ସେ ଅନୁଭବ କଲେ ଯେ ଆମେ ସାଧା ପୋଷାକ ପିନ୍ଧିଥିବା ପୋଲିସ। ସେ ହସି ହସି ପଚାରିଲେ, କ’ଣ କରିବେ କୁହନ୍ତୁ? ଆମେ ତାଙ୍କୁ କହିଥିଲୁ ଯେ ଆମେ ବେଙ୍ଗାଲୁରୁକୁ ଫେରିଯିବା ଉଚିତ, ଏବଂ ସେ ତୀବ୍ର ବିରୋଧ କରିଥିଲେ।
ପଛେ ଜେଲରେ ରଖ, କିନ୍ତୁ ସ୍ତ୍ରୀ ସହ ରହିବି ନାହିଁ
ଯୁବକ ଜଣଙ୍କ କହିଥିଲେ, “ତୁମେ ମୋତେ ଜେଲରେ ରଖ, ମୁଁ ସେଠାରେ ରହିବି… କିନ୍ତୁ ମୁଁ ଫେରିବି ନାହିଁ,” ସେ ସେମାନଙ୍କୁ ବାରମ୍ବାର କହିଥିଲେ। ଶେଷରେ ଯେତେବେଳେ ପୋଲିସ ତାଙ୍କୁ କହିଲା ଯେ ତାଙ୍କ ଉପସ୍ଥିତିରେ ତାଙ୍କ ପତ୍ନୀଙ୍କ ନିଖୋଜ ଅଭିଯୋଗକୁ ବନ୍ଦ କରିବାର ଆବଶ୍ୟକତା ରହିଛି ସେତେବେଳେ ସେ ରାଜି ହୋଇଥିଲେ। ଶୁକ୍ରବାର ସକାଳେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ। କିଛି ସମୟ ବିଶ୍ରାମ ନେବା ପରେ ପୁଲିସ ତାଙ୍କ ଠାରୁ ବୟାନ ନେଇ ଘରକୁ ପଠାଇ ଦେଇଥିଲା।
ସମ୍ପୃକ୍ତ ଯୁବକ ଜଣଙ୍କ କହିବା ଅନୁଯାୟୀ, ତାଙ୍କ ପତ୍ନୀ ତାଙ୍କୁ ନିର୍ଯାତନା ଦିଅନ୍ତି। “ମୁଁ ତା’ର ଦ୍ୱିତୀୟ ସ୍ୱାମୀ। ପ୍ରାୟ ତିନି ବର୍ଷ ପୂର୍ବେ ଯେତେବେଳେ ମୁଁ ତାଙ୍କୁ ଭେଟିଥିଲି, ସେତେବେଳେ ସେ ଛାଡପତ୍ର ପଇସାରିଥିଲେ ଓ ତାଙ୍କର ଏକ ୧୨ ବର୍ଷର ଝିଅ ଥିଲା। ମୁଁ ଜଣେ ବ୍ୟାଚେଲର ଥିଲି ଏବଂ ତାଙ୍କୁ ବିବାହ କରିବାକୁ ରାଜି ହେଲି। ଆମର ଏକ ଆଠ ମାସର ଝିଅ ମଧ୍ୟ ଅଛି। ସେ ପୋଲିସକୁ କହିଛନ୍ତି, “ସେ ମୋର ସ୍ୱାଧୀନତାକୁ କ୍ଷୁଣ୍ଣ କରନ୍ତି, ଯଦି ଖାଇବା ବେଳେ ଟିକେ ଭାତ କି ରୁଟି ପ୍ଲେଟରୁ ଖସିପଡେ ସେ ଚିତ୍କାର କରନ୍ତି। ମୁଁ ତାଙ୍କ ଅନୁଯାୟୀ ପୋଷାକ ପିନ୍ଧିବାକୁ ବାଧ୍ୟ ଓ ମୁଁ ଚା’ ପିଇବା ପାଇଁ ମଧ୍ୟ ଏକୁଟିଆ ବାହାରକୁ ଯାଇପାରିବି ନାହିଁ।
ଛାତ୍ରୀଙ୍କୁ ଶ୍ରେଣୀକକ୍ଷରେ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କଲେ ପ୍ରଧାନ ଶିକ୍ଷକ, ତାପରେ…
Comments are closed.