www.samajalive.in
Sunday, December 7, 2025
14.1 C
Bhubaneswar

ସଫଳ ହେଉଛି ପ୍ଲାଜମା ଥେରାପି, ୬ ରୋଗୀଙ୍କ ମଧ୍ୟରୁ ୪ ସୁସ୍ଥ

ରାଜ୍ୟରେ କରୋନା ସଂକ୍ରମଣରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ବଡ଼ ସମ୍ଭାବନା ସୃଷ୍ଟି କରିଛି। ବର୍ତ୍ତମାନ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସିତ ହୋଇଥିବା ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ୪ ଜଣ ଭଲ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ଓ ସେମାନେ ଅକ୍ସିଜେନ ସହାୟତା ଆବଶ୍ୟକ କରୁନାହାଁନ୍ତି। ସେମାନଙ୍କୁ ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ପ୍ଲାଜମା ଥେରାପି ନେଇଥିବା ଅନ୍ୟ ଦୁଇ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ଏବଂ ସେମାନେ ବିପଦ ମୁକ୍ତ ହେବା ଆଶା କରାଯାଉଛି।

ଆଜି ସୁଦ୍ଧା ୪ ଜଣଙ୍କ ଠାରୁ ୮ ୟୁନିଟ୍ ପ୍ଲାଜମା ସଂଗ୍ରହ କରାଯାଇଥିବା ବେଳେ ୬ଟି ୟୁନିଟ ବ୍ୟବହାର କରାଯାଇଛି। ସମ କୋଭିଡ ଡାକ୍ତରଖାନାର ୪ ଜଣ ରୋଗୀ ଏବଂ ଅଶ୍ୱିନୀ କୋଭିଡ ହସ୍ପିଟାଲର ୨ ଜଣ ରୋଗୀଙ୍କୁ ଏହି ପ୍ଲାଜମା ଥେରାପି ଦିଆଯାଇଥିଲା।

- Advertisement -

ସୂଚନା ଯୋଗ୍ୟ ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ କରିବା ଉଦ୍ଦେଶ୍ୟରେ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସସିବି ମେଡିକାଲ କଲେଜ କଟକଠାରେ ଏହି ବ୍ୟବସ୍ଥାର ଶୁଭାରଂଭ କରିଥିଲେ। ପ୍ଲାଜମା ଦାନ ପାଇଁ କରୋନା ଆରୋଗ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରିବା ପରେ ଅଧିକରୁ ଅଧିକ ଲୋକ ଏହି ମିଶନରେ ଯୋଗଦେବାକୁ ଆଗେଇ ଆସୁଛନ୍ତି। ଭୁବନେଶ୍ୱରର କିମସ୍ ହସ୍ପିଟାଲରେ ଖୁବ ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବା ବୋଲି ସୂଚନା ମିଳିଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories