www.samajalive.in
Sunday, December 7, 2025
23.1 C
Bhubaneswar

ବିଶ୍ବ ତାପନ ଓ ପରିବେଶ ପରିବର୍ତ୍ତନ ଏବେ ବିଶ୍ବବାସୀଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି

ଭୂବନେଶ୍ୱର: ବିଶ୍ୱ ତାପନ ଓ ପରିବେଶ ପରିବର୍ତ୍ତନ ଏବେ ବିଶ୍ୱବାସୀଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ସେଥିପାଇଁ ସବୁଜ ବଳୟ ସୃଷ୍ଟି ସହ ପରିବେଶ ଭାରସାମ୍ୟ ରକ୍ଷା ଦିଗରେ ଲୋକଙ୍କୁ ସଚେତନ କରିବା ଆବଶ୍ୟକ। ଏଥିପାଇଁ ଟାଟା କମ୍ପାନୀ ସହାୟତାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ୱେଲ୍ଫେୟାର ୱାର୍ଡ’ ଦ୍ୱାରା ପରିଚାଳିତ ସୁଖ ସାଗର ବୃଦ୍ଧାଶ୍ରମ ପରିସରରେ ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ ଚାରାରୋପଣ ଓ ଚାରାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସଙ୍ଗଠନର ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ନାୟକ ଉଦ୍‌ଘାଟନ କରିଥିଲା। କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ରବୀନ୍ଦ୍ରନାଥ ରାଉତରାୟ ଯୋଗଦେଇ ଚାରାରୋପଣର ମହତ୍ୱ ବିଷୟରେ କହିଥିଲେ।

 

- Advertisement -

ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମଦନ ମୋହନ ବିଶ୍ୱାଳ, ସହ ସମ୍ପାଦକ ସୁଶାନ୍ତ କୁମାର ପରିଡା, କୋଷାଧ୍ୟକ୍ଷ ସରୋଜ କୁମାର ମଲ୍ଲିକ, ଉପ- ସଭାପତି ପବିତ୍ର ରାଉତ, ଉପଦେଷ୍ଟା ଅନାମ ମୁନି ଓ ପ୍ରକାଶ ଚନ୍ଦ୍ର ବାରିକ୍ , ସଂଯୋଜକ ଜୟରାମ ସ୍ୱାଇଁ ଏବଂ ସଙ୍ଗଠନର ସଦସ୍ୟ ଓ ସଦସ୍ୟା ଯଥା ପ୍ରକାଶ ମହାପାତ୍ର, ମହର୍ଷି ପ୍ରିୟଦର୍ଶୀ, ପୂର୍ବତନ ସଦସ୍ୟ ପ୍ରଶାନ୍ତ କୁମାର ସ୍ୱାଇଁ, ବୀର ଲାକ୍ରା ଓ ପୂର୍ବତନ ସଦସ୍ୟା ଦୂର୍ଗେଶ ନନ୍ଦିନୀ ମଲ୍ଲିକ ଓ ସଙ୍ଗଠନର କର୍ମଚାରୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ଏବଂ ଚାରାରୋପଣ କରିବା ସହ ଲୋକମାନଙ୍କୁ ଚାରା ବଣ୍ଟନ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories